ଭୁବନେଶ୍ୱର: ରାଜ୍ୟରେ ମିଥ୍ୟା ବୋମା ଧମକ ମାମଲା ବଢ଼ିଚାଲିଛି । ପ୍ରତିଦିନି ବିଭିନ୍ନ କୋର୍ଟକୁ ଆସୁଛି ବୋମା ଧମକ । ଆଜି ମଧ୍ୟ ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି ।
କେହି ଜଣେ ଦୁର୍ବୃତ୍ତ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ଦେବା ପରେ ତୁରନ୍ତ ଯାଞ୍ଚ ଆରମ୍ଭ କରାଯାଇଥିଲା । ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାର୍ଡ ଦଳ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ମଧ୍ୟ ପହଁଚିଥିଲା । ମାତ୍ର ସମସ୍ତ ଯାଞ୍ଚ ପରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି । ଏହା ଏକ ମିଥ୍ୟା ଧମକ ବୋଲି ଅନୁମାନ କରାଯାଉଛି।