ନୂଆଦିଲ୍ଲୀ: ଇଥିଓପିଆରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୫୨ ଜଣ ଲୋକ ପ୍ରାଣ ହରାଇସାରିଲେଣି । ତତସହିତ ଶତାଧିକ ଲୋକ ନିଖୋଜ ଅଛନ୍ତି ।
ଦକ୍ଷିଣ ଇଥିଓପିଆର ଗେମୋ ଜୋନରେ ଭୀଷଣ ବର୍ଷା ହୋଇଛି । ଯେଉଁଥିପାଇଁ ବନ୍ୟା ଆସିଥିବା ସ୍ଥାନୀୟ ପୋଲିସ ଅଧିକାରୀ ଅବ୍ରାହମ ବୁହା କହିଛନ୍ତି । ପାହାଡ଼ି ଅଞ୍ଚଳରେ ପାହାଡ଼ ଧସିବା କାରଣରୁ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି ।
ଗତ କିଛି ଦିନ ମଧ୍ୟରେ ପୂର୍ବ ଆଫ୍ରିକାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି। ସେହିପରି ପଡ଼ୋଶୀ ଦେଶ କେନିଆରେ ମଧ୍ୟ ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ପାଣିପାଗ ପରିବର୍ତ୍ତନ ଯୋଗୁଁ ଏହି ଅଞ୍ଚଳରେ ଝଡ଼ ଅଧିକ ତୀବ୍ର ହେଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।