ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରତିଷ୍ଠିତ ଲୋକପ୍ରିୟ କମେଡି ଫିଲ୍ମ ‘ହେରା ଫେରି’ର ଦ୍ୱିତୀୟ ଭାଗ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହି ମୁଭିରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଏବଂ ପରେଶ ରାୱଲଙ୍କ ଜୀବନ୍ତ ଅଭିନୟ ଆଜି ବି ଲୋକଙ୍କ ମୁହଁରେ ହସ ଆଣିଦେଉଛି । କିନ୍ତୁ ଏଠି ଦୁଃଖର ବିଷୟ ହେଉଛି ଯେ ପରେଶ ରାୱଲ ଅର୍ଥାତ୍ ବାବୁ ଭୟା ଭୂମିକାରେ ନଜର ଆସିବେନି । ଅଭିନେତା ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ପରେଶ ରାୱଲ ଏହି ଗୁଜବକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ହଁ, ଏହା ସତ୍ୟ। ମୁଁ ଆଉ ହେରା ଫେରି ୩ରେ କାମ କରିବି ନାହିଁ।
ପରେଶ ରାୱଲ ହେରା ଫେରିର ଦୁଇଟି ଭାଗରେ 'ବାବୁରାଓ'ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ତାଙ୍କ ଚରିତ୍ରକୁ ବହୁତ ପସନ୍ଦ ମଧ୍ୟ କରାଯାଇଛି। ଆଜି ମଧ୍ୟ, ତାଙ୍କ ଫିଲ୍ମର କିଛି କ୍ଲିପ୍ ମିମ୍ସ୍ ଆକାରରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରି ପରିସ୍ଥିତିରେ, ତାଙ୍କର ଫିଲ୍ମ ଛାଡିବାର ନିଷ୍ପତ୍ତି ପ୍ରଶଂସକମାନଙ୍କୁ ନିରାଶ କରିଦେବ ।
ସୂଚନା ଅନୁସାରେ, ହେରା ଫେରି ୩ ଘୋଷଣା ପୂର୍ବରୁ ଅକ୍ଷୟ କୁମାରଙ୍କ ମଧ୍ୟ ଏହି ଫିଲ୍ମରେ ନାମ ନଥିଲା । ନିର୍ମାତାଙ୍କ ସହ ମତଭେଦ ପାଇଁ ସେ ମଧ୍ୟ ଫିଲ୍ମର ଅଂଶ ନଥିଲେ, କିନ୍ତୁ ପରେ ସେ ପୁଣି ଥରେ ସେ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି । ଏହା ସହିତ, ପ୍ରିୟଦର୍ଶନ ପ୍ରଥମେ ଏହାକୁ ନିର୍ଦ୍ଦେଶନା ଦେବାକୁ ମନା କରୁଥିଲେ, କିନ୍ତୁ ପରେ ରାଜି ହୋଇଥିଲେ।
ତେବେ ଏଠି ଫ୍ୟାନ୍ସ ମାନଙ୍କ ଭିତରେ ଚର୍ଚ୍ଚା ହେଉଛି ‘ବୋଧ ହୁଏ ପରେଶ ରାୱାଲଙ୍କ ମଧ୍ୟ ସମସ୍ୟା ସମାଧାନ ହୋଇଯିବ ଏବଂ ସେ ମଧ୍ୟ ‘’ହେରା ଫେରି-୩’ର ଗୋଟିଏ ଅଶଂ ହୋଇପାରିବେ’ ।