ନୂଆଦିଲ୍ଲୀ: ପୁଣି ଥରେ ଫେରିଛି କୋଭିଡ୍-୧୯ । ଏସିଆ ମହାଦେଶରେ ବିଭିନ୍ନ ସ୍ଥାନରେ ଏବେ କୋରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ମାୟାନଗରୀ ମୁମ୍ବାଇରେ ମଧ୍ୟ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ଚର୍ଚ୍ଚିତ ଚେହେରା ଶିଲ୍ପା ଶିରୋଦକର କୋଭିଡ ଆକ୍ରାନ୍ତ ହୋଇଛନ୍ତି । ସେ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସୁରକ୍ଷିତ ରହିବା ସହିତ ମାସ୍କ ବ୍ୟବହାକର କରିବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଶିଲ୍ପା ଶିରୋଦକର ଜଣେ ମରାଠୀ ଓ ହିନ୍ଦୀ ଅଭିନେତ୍ରୀ । ସେ ୪୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଛୋଟ ପରଦାରେ ମଧ୍ୟ ଅନେକ ଧାରାବାହିକରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଭଷ୍ଟ୍ରାଚାର (୧୯୮୯), କିଶନ କହ୍ନେୟା (୧୯୯୦), ତ୍ରିନେତ୍ର (୧୯୯୧), ହମ୍ (୧୯୯୧), ଖୁଦା ଗୱା (୧୯୯୨), ଆଖେଁ (୧୯୯୩), ଏବଂ ପେହଚାନ (୧୯୯୩) ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେହିପରି ଜୟତେ, ଏକ୍ ମୁଠି ଆସମାନ୍,ସିଲସିଲା ପ୍ୟାର କା ଏବଂ ସାବିତ୍ରୀ ଦେବୀ କଲେଜ୍ ଏଣ୍ଡ୍ ହସ୍ପିଟାଲ ଆଦି ଧାରାବାହିକରେ ଅଭିନୟ କରିଛନ୍ତି । ନିକଟରେ ସେ ବିଗ୍ ବସ୍-୧୮ରେ ପ୍ରତିଯୋଗୀଭାବେ ଅଂଶ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ଦକ୍ଷିଣ ଭାରତୀୟ ଅଭିନେତା ମହେଶ ବାବୁ ଶିଲ୍ପା ଶିରୋଦଙ୍କର ନିଜ ଭିଣୋଇ ହେବେ ।