ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜର ପୁସ୍ତକ ‘ଅପନାପନ’ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ପ୍ରଯୁକ୍ତିବିଦ୍ୟା ପ୍ରେମ ଉପରେ ଖୋଲାଖୋଲି ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ପିଏମ ମୋଦୀ ଜାଣିଥିଲେ ଯେ, ଭାରତର ବିକାଶରରେ ଟେକ୍ନୋଲୋଜିର କେତେ ଆବଶ୍ୟକ ରହିଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ତାଙ୍କୁ ମୋଦୀ ଜୀ ବିଧାୟକ ଏବଂ ସାଂସଦଙ୍କ ସୋସିଆଲ ମିଡିଆରେ ସକ୍ରିୟ କରାଇବାକୁ ଆଦେଶ ଦେଇଥିଲେ ।
ଶିବରାଜ ସିଂ ଚୌହାନ ଏହି ସମୟରେ ଅତୀତରେ ହୋଇଥିବା ଏକ ବୈଠକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ସମୟରେ ଇମେଲକୁ ନେଇ ଚର୍ଚ୍ଚା ଚାଲିଥିଲା । ନରେନ୍ଦ୍ର ଭାଇ ପ୍ରଭାରୀ ହୋଇ ଆସିଥିଲେ । ମୁଁ ରାଜ୍ୟର ସାଧାରଣ ସଂପାଦକ ଥିଲି । ଏହି ବୈଠକରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିଲା । ଏହି ବୈଠକରେ ନରେନ୍ଦ୍ର ଭାଇ ପଚାରିଥିଲେ ଯେ, କାହା ପାଖରେ ମେଲ୍ ଆଇଡି ଅଛି ? ଏହା ଶୁଣି ବୈଠକରେ ଉପସ୍ଥିତ ବ୍ୟକ୍ତିମାନେ ପରସ୍ପରର ଚେହେରା ଦେଖିବାକୁ ଲାଗିଲେ । ପୁଣି ବାବୁଲାଲ ଗୌର କହିବାକୁ ଲାଗିଲେ ନରେନ୍ଦ୍ର ଭାଇ କଣ ଫିମେଲ୍ ଫିମେଲ୍ କହୁଛ । ଏହି ଫିମେଲ୍ ଇମେଲରେ କଣ ହେବ । ଏହା କହି ସେ ହସିବାକୁ ଲାଗିଲେ । କିଛି ଲୋକଙ୍କ ଚେହେରାରେ ତ ବ୍ୟଙ୍ଗାତ୍ମକ ଭାବ ଥିଲା ।
ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ଆଦେଶ
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯେବେ ମୋ ପରି କାର୍ଯ୍ୟକର୍ତ୍ତା ବି ସୋସିଆଲ ମିଡିଆକୁ ମହତ୍ୱ ଦେଉ ନ ଥିଲେ । ସେହି ସମୟରେ ମୋଦୀ ଜୀ ମୋତେ କହିଲେ, ପ୍ରତି ବିଧାୟକ ଏବଂ ସାଂସଦଙ୍କୁ ଜଣାଇ ଦିଅ ଯେ, ୫୦ ହଜାରରୁ କମ ଫୋଲଅର୍ସ ଥିଲେ ଟିକେଟ୍ ମିଳିବ ନାହିଁ । ଜନତାଙ୍କ ସହ ଯୋଡି ହେବା ବହୁତ ଜରୁରୀ । ନରେନ୍ଦ୍ର ଭାଇ ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି । ସେ ଭାରତରେ ଏଆଇ ସମ୍ମିଳନୀ କରାଇ ଦେଲେ ।
Also Read: 'ମୋଦିଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ବିଜେପିରେ ମିଶିଲି'; ପଦ୍ମ ଧରିବା ପରେ ପ୍ରଥମ ପ୍ରତିକ୍ରିୟାରେ ଦେବାଶିଷ