ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମ ଆଇନତଃ ଅପରାଧ ନୁହେଁ । ଏମିତି ଐତିହାସିକ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ପତ୍ନୀ ଆଣିଥିବା ‘ଅପ୍ରାକୃତିକ’ ଯୌନ ସମ୍ପର୍କ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ଦାଖଲ ଆବେଦନକୁ ରଦ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୭୭ରେ ଏପରି କୃତ୍ୟ ଲାଗି ଦଣ୍ଡିତ କରିବା ବୈବାହିକ ସମ୍ପର୍କ ଉପରେ ଲାଗୁ ହେଉ ନାହିଁ।
ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ନିମ୍ନ ଅଦାଲତ ଆଦେଶଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସ୍ୱାମୀ ଦାୟର କରିଥିବା ଯାଚିକା ଉପରେ ଶୁଣାଣି କରୁଥିଲେ । ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ପତ୍ନୀଙ୍କ ସହିତ ଅପ୍ରାକୃତିକ ଯୌନ କ୍ରିୟା ଅପରାଧ ଦର୍ଶାଇ ଧାରା ୩୭୭ ଅନୁସାରେ ଅଭିଯୋଗ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟ ରାୟରେ କହିଛନ୍ତି ଯେ ଆଇନ ବୈବାହିକ ବଳତ୍କାରକୁ ସ୍ୱୀକାର କରେ ନାହିଁ।
କୋର୍ଟ କହିଛନ୍ତି ଯେ ‘ଏହା ମାନିବାକୁ କୌଣସି ଆଧାର ନାହିଁ ଯେ ପତିକୁ ଆଇପିସିର ଧାରା ୩୭୫ (୨) ଦୃଷ୍ଟିରୁ ଧାରା ୩୭୭ରେ ଦଣ୍ଡ ଦିଆଯିବ । କାରଣ ଆଇନ (ଆଇପିସିର ସଂଶୋଧିତ ଧାରା ୩୭୫)ଏବେ ବୈବାହିକ ସମ୍ବଦ୍ଧରେ ଅପ୍ରାକୃତିକ ଯୌନ ସମ୍ଭୋଗକୁ ମଧ୍ୟ ସହମତି ମନେ ଭାବେ ଗ୍ରହଣ କରୁଛି ।
ହାଇକୋର୍ଟ କହିଛନ୍ତି ଯେ ପତ୍ନୀ କେଉଁଠାରେ ହେଲେ ସ୍ପଷ୍ଟ ରୂପେ ଉଲ୍ଲେଖ କରିନାହାନ୍ତି ଏହି କାର୍ଯ୍ୟ ତାଙ୍କ ଇଛା ବିରୋଧରେ ହେଉଥିଲା। କୋର୍ଟ କହିଛନ୍ତି ଯେ ନଭତେଜ ସିଂ ଜୋହରଙ୍କ(ମାମଲା) ପରଠାରୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭ରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯେ କୌଣସି ପ୍ରକାରର ଶାରୀରିକ ସଂପର୍କକୁ ବୈଧ୍ୟ ବିବେଚନା କରୁଛି । ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ଶାରୀରିକ ସଂପର୍କ ରଖିବାକୁ ଅପରାଧ ବିବେଚନା କରାଯାଉ ନାହିଁ ।