ଆଜିର ଦିନକୁ ପ୍ରତିବର୍ଷ ‘ଜାତୀୟ ଆତଙ୍କବାଦ ବିରୋଧୀ ଦିବସ’ ଭାବେ ପାଳନ କରଯାଏ । ଦିନକୁ ଦିନ ଦେଶରେ ଆତଙ୍କବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢ଼ିବାରେ ଲାଗିଛି । ଆତଙ୍କବାଦ ମୁକାବିଲା ତଥା ବିଶ୍ୱ ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଗୁରୁତ୍ୱାରୋପ କରିବା । ଆତଙ୍କବାଦ ସର୍ବଭାରତୀୟ ସ୍ତରରେ ଦେଶର ନିରାପତ୍ତା ଏବଂ କଲ୍ୟାଣ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଏହାର ଉଦ୍ଦେଶ୍ୟ ହେଉଛି ଭୟ ସୃଷ୍ଟି କରିବା, ସାମାଜିକ ଶୃଙ୍ଖଳାକୁ ବାଧା ଦେବା ଏବଂ ଶାନ୍ତିପୂର୍ଣ୍ଣ ସହଭାଗିତାକୁ ସମର୍ଥନ କରୁଥିବା ମୋୖଳିକ ମୂଲ୍ୟବୋଧକୁ ଦୁର୍ବଳ କରିବା । ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ବହୁ ଧନଜୀବନ ନଷ୍ଟ ହୋଇଥାଏ । ଯାହା ଦ୍ୱାରା ଅର୍ଥନିତିକ ଅସ୍ଥିରତା ଏବଂ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ନଷ୍ଟ ହୋଇଥାଏ । ଦେଶ ଦେଶ ମଧ୍ୟରେ ଅସ୍ଥିରତା ବୃଦ୍ଧି ପାଇଥାଏ । ଯାହା ଶାନ୍ତିକୁ ଭଙ୍ଗ କରିଥାଏ ।
ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ ବିରୋଧ । ଦେଶ ଦେଶ ମଧ୍ୟରେ ସମନ୍ୱୟ, ଭାଇଚାରା, ଶାନ୍ତି, ଏକତା ଏବଂ ମାନବିକତା ଦ୍ୱାରା ବିଶ୍ୱକୁ ଆଗକୁ ନେବା । ସମସ୍ତେ ଶାନ୍ତିରେ ଜୀବନଯାପନ କରିପାରିବେ ।