ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ୍ ଅଭାବ ଦୂର କରିବ କିରୋସିନ୍। ଦେଶରେ ଏଲ୍ପିଜି ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସରକାର ଏହାର ବିକଳ୍ପ ଇନ୍ଧନ ସ୍ବରୂପ ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଏନେଇ ପଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ରାଜ୍ୟରେ ଏବେ ଗ୍ୟାସ ସଙ୍କଟ ଦେଖାଦେଇଛି। ଗ୍ୟାସ ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକମାନେ ଲମ୍ବା ଲାଇନରେ ଅପେକ୍ଷା କରୁଛନ୍ତି।
ଦେଶରେ ଏବେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଲୋକେ ଏଲପିଜିର ଅଭାବ ଦେଖାଯିବାର ଆଶଙ୍କାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସିଲିଣ୍ଡର ବୁକିଂ କରୁଛନ୍ତି। ଅନେକ ସ୍ଥାନରେ ରୋଷେଇ କରିବା ପାଇଁ ଲୋକେ ଏବେ କାଠ କିଣୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏବେ ଗ୍ୟାସ୍ ର ବିଳକ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍ ଦିଆଯିବ ବୋଲି ସେ କହିଛନ୍ତି।
ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇ କହିଛନ୍ତି ଯେ, LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍। ଏନେଇ ଅର୍ଡର ଜାରି କରାଯାଇଛି, ରାଜ୍ୟକୁ ଦିଆଯିବ କିରୋସିନ୍। ପ୍ରତି ତ୍ରୈମାସିକରେ, ଆମେ ପ୍ରାୟ ୧ ଲକ୍ଷ କିଲୋଲିଟର ଆବଣ୍ଟନ କରିଥାଉ ଆହୁରି ୪୮ ହଜାର କିଲୋଲିଟର କିରୋସିନ୍ ଆବଣ୍ଟନ ପାଇଁ ଅର୍ଡର ରିଲିଜ ହୋଇଛି ବୋଲି ସୁଜାତା କହିଛନ୍ତି। ୬୦% LPG ଆମଦାନୀ ହେଉଛି, ୯୦% ହର୍ମୁଜ ପ୍ରଣାଳୀ ଦେଇ ଆସୁଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
ଦେଶରେ ଦୈନିକ ୫୦ଲକ୍ଷ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଛି। ତେବେ କୌଣସି ବିତରକଙ୍କ ପାଖରେ ଏବେ ସିଲିଣ୍ଡର ଅଭାବ ନାହିଁ। ବୁକିଂ ଅନୁଯାୟୀ ସମସ୍ତ ଗ୍ରାହକଙ୍କୁ ସିଲିଣ୍ଡର ଯୋଗାଯାଉଛି। ସେହିପରି କୌଣସି ପେଟ୍ରୋଲ ଓ ଡିଜେଲ୍ ପମ୍ପରେ ଇନ୍ଧନର ଅଭାବ ନାହିଁ। ସମସ୍ତ ପମ୍ପଗୁଡିକରେ ପର୍ଯ୍ୟାପ୍ତ ମାତ୍ରାର ଇନ୍ଧନ ଯୋଗାଇ ଦିଆଯାଉଛି। ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ଆବଶ୍ୟକ ହେଉଥିବା ଏଲ୍ପିଜିର ୬୦% ବିଦେଶରୁ ଆମଦାନୀ ହୋଇଥାଏ। ଆଉ ଏହି ଆମଦାନୀର ୯୦% ହର୍ମୁଜ ପ୍ରଣାଳୀ ଦେଇ ଆମଦାନୀ ହୋଇଥାଏ। ତେଣୁ ଏହା ଏକ କଷ୍ଟକର ପରିସ୍ଥିତି। ପରିସ୍ଥିତିକୁ ମୁକାବିଲା କରିବା ଲାଗି ସରକାର ବିକଳ୍ପ ମାଧ୍ୟମକୁ ଆପଣାଉଛନ୍ତି।
ଅଧିକ ପଢନ୍ତୁ: ଏଲପିଜି ଯୋଗାଣ ନେଇ ସରକାର ସତର୍କ: ବୁକିଂର ୨୪ ଘଣ୍ଟା ମଧ୍ୟରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବାକୁ ନିର୍ଦ୍ଦେଶ