ନୂଆଦିଲ୍ଲୀ: ଇରାନରେ ଜାରି ଯୁଦ୍ଧ ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ଗ୍ୟାସ ସଙ୍କଟ ଦେଖିବାକୁ ମିଳିଛି । ଏଲପିଜି ସିଲିଣ୍ଡର ପାଇଁ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଏହା ସବୁ ସଂପ୍ରତି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତିକୁ ଅତି ସଙ୍ଗୀନ କରି ଦେଖାଉଥିବା ଲୋକଙ୍କ ଉପରେ ନଜର ରଖାଯାଉ । ସମ୍ଭାବିତ ସଙ୍କଟକୁ ନେଇ ନେଇ ଭାରତର ପ୍ରସ୍ତୁତି ବହୁତ ମଜବୁତ ରହିଛି ।
ସୂତ୍ର ଅନୁଯାୟୀ, ପିଏମ ମୋଦୀ ଗୁରୁବାର ନିଜ ମନ୍ତ୍ରୀଙ୍କ ସହ ଇରାନ ସଙ୍କଟକ ଉପରେ ନଜର ରଖିବା ଏବଂ ପରିସ୍ଥିତି ଉପରେ ଲଗାତାର ନଜର ରଖିବାକୁ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଯେଉଁମାନେ ସଂପ୍ରତି ସ୍ଥିତିକୁ ଜଟିଳ କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଉପରେ କଡା ନଜର ରଖାଯାଉ । ସେଥିପାଇଁ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡିଆରେ ଆକ୍ଟିଭ ହେବାକୁ ପଡିବ । ବିରୋଧୀଙ୍କ ପ୍ରଚାରକୁ ଆକ୍ରମଣାତ୍ମକ ଭାବେ ଜବାବ ଦେବା ଉଚିତ୍ ।
ଏହା ପୂର୍ବରୁ ପିଏମ ମୋଦୀ ଗତକାଲି ତାମିଲନାଡୁରେ ଏକ ଜନସଭାକୁ ସମ୍ବୋଧିତ କରି ଲୋକଙ୍କୁ ବିଚଳିତ ନ ହେବାକୁ ଅପିଲ୍ କରିଥିଲେ । ଏହା ସହିତ ଜନତାଙ୍କ ହିତକୁ ରକ୍ଷା କରାଯିବାର ଆଶ୍ୱାସନ ମଧ୍ୟ ଦେଇଥିଲେ । ତାମିଲନାଡୁରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ରାଲିକୁ ସମ୍ବୋଧିତ କରି ପିଏମ ମୋଦୀ ଏଲପିଜି ସଙ୍କଟର ଶୀଘ୍ର ମୁକାବିା କରାଯିବ ବୋଲି ଭରସା ଦେଇଥିଲେ । କାରଣ ଏଲପିଜି ସିଲିଣ୍ଡର ଅଭାବ ଯୋଗୁଁ ଦେଶର ହୋଟେଲ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି ।
Also read: ଓଡ଼ିଶାରେ ଚାଲିବ ୨ଟି ଅମୃତ ଭାରତ ଟ୍ରେନ୍, ଆସାମ ଓ ତେଲେଙ୍ଗାନାକୁ କରିବ ସଂଯୋଗ