ଝାରସୁଗୁଡ଼ା: ଗୋଟିଏ ପରେ ଇନ୍ଧନ ଗ୍ୟାସକୁ ନେଇ ଦେଶରେ ହାହାକାର ପଡ଼ିଥିବାବେଳେ ଅନ୍ୟପଟେ ଅସାଧୁ ବ୍ୟବସାୟୀମାନେ କଳାବଜାରୀ କରିଦେବା ଆରମ୍ଭ କରିଦେଇଛନ୍ତି । ଝାରସୁଗୁଡ଼ାରେ ୯୨ଟି ଗ୍ୟାସ ସିଲିଣ୍ଡର ଯୋଗାଣ ବିଭାଗ ଜବତ କରିଛି ।
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ଟିମ୍ ବେହେରାମାଲ ଛକରେ ଥିବା ସାହୁ ଗ୍ୟାସ୍ ସର୍ଭିସ୍ ନାମକ ଏକ ଦୋକାନରେ ଚଢ଼ଉ କରିଛି । ଚଢ଼ଉ ବେଳେ ୯୨ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଯେଉଁଥିରେ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ୍ ଟାଙ୍କି ରହିଛି । ସେଥିମଧ୍ୟରୁ ୨୮ଟି ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ରହିଛି । ଯୋଗାଣ ବିଭାସ ସମସ୍ତ ଗ୍ୟାସ ସିଲିଣ୍ଡରୁ ନିଜ ହେପାଜତକୁ ନେଇଛି ।