ଟଲିଉଡ୍ ଷ୍ଟାର ମୋହନଲାଲ ବିଶ୍ୱନାଥନ ଆଜି ୫୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମୋହନଙ୍କ ଜନ୍ମଦିନରେ ଟଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ତେବେ ଅଭିନୟର ସୁପରଷ୍ଟାର ବୋଲି ମୋହନଲାଲଙ୍କୁ କୁହାଯାଏ।ତାଙ୍କ କ୍ୟାରିଅରରେ ମୋହନଲାଲ ଏପର୍ଯ୍ୟନ୍ତ ୪୦୦ ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ଏପରିକି ନିଜ ଅଭିନୟ ପାଇଁ ମଧ୍ୟ ସେ ୩୦ରୁ ଅଧିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ମୋହନଲାଲ ୧୮ ବର୍ଷ ବୟସରେ ୧୯୭୮ ମସିହାରେ ମାଲାୟଲମ ଚଳଚ୍ଚିତ୍ର ଥିରାନୋଟ୍ମରେ ଅଭିନୟ ଆରମ୍ଭ କରିଥିଲେ କିନ୍ତୁ କୌଣସି କାରଣରୁ ଫିଲ୍ମଟି ରିଲିଜ୍ ହୋଇପାରିନଥିଲା। ଏହାପରେ ୧୯୮୦ ମସିହାରେ ପ୍ରଣୟ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ସେ ଡେବ୍ୟୁ କରିଥିଲେ। ଯାହା ତାଙ୍କୁ ଅନେକ ସଫଳତା ଆଣିଦେଇଥିଲା। ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ।
ଏହାପରେ ସେ ଖଳନାୟକ ଭୂମିକାରେ ଅଭିନୟ ଜାରି ରଖିଥିଲେ। ତେବେ ମୋହନଲାଲ ୧୯୮୬ ମସିହାରେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଷ୍ଟାରଡମ୍ ହାସଲ କରିଥିଲେ। ଏପରିକି ତାଙ୍କ ଅଭିନୟ ପାଇଁ ତାଙ୍କୁ ୭ଥର ଫିଲ୍ମ ଫେୟାର ପୁରସ୍କାର ଏବଂ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।