ମୁମ୍ବାଇ: ଆମିର ଖାନ ତାଙ୍କର ଆଗାମୀ ଫିଲ୍ମ ସୀତାରେ ଜମିନ୍ ପର ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଆସନ୍ତା ଜୁନ୍ ମାସରେ ସିନେମା ହଲକୁ ଆସିବ। ଏହି ଫିଲ୍ମ ବ୍ୟତୀତ ଲାହୋର ୧୯୪୭ ମଧ୍ୟ ଖବରର ସିରୋନାମାରେ ରହିଛି । ଏହା ସହିତ ଆମୀରଙ୍କ ଆଉ ଏକ ନୂତନ ପ୍ରୋଜେକ୍ଟରେ ମଧ୍ୟ ଯୋଡି ହେବାକୁ ଯାଉଛନ୍ତି।
ତେବେ ଜୁନ୍ ୨୦ ତାରିଖରେ, ଆମିର ଖାନ ତାଙ୍କ ଫିଲ୍ମ ସୀତାରା ଜମିନ୍ ସହିତ ଥିଏଟରରେ ନଜର ଆସିବେ। ଲୋକମାନେ ଏହି ଫିଲ୍ମଟିକୁ ନେଇ ବହୁତ ଉତ୍ସାହିତ ଅଛନ୍ତି କାରଣ ଏହି ଫିଲ୍ମର ପ୍ରଥମ ଭାଗକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲା। ଆମିର ଫିଲ୍ମ ନିର୍ମାତା ରାଜକୁମାର ହିରାନୀଙ୍କ ସହିତ ଦାଦା ସାହେବ ଫାଲେକଙ୍କ ବାୟୋପିକ୍ ରେ କାମ କରିବାକୁ ଯାଉଛିନ୍ତି ।
ସୂଚନା ଅନୁଯାୟୀ, ଏହି ପ୍ରୋଜେକ୍ଟ ସମ୍ପର୍କରେ ବହୁତ ଦିନ ଧରି ଆଲୋଚନା ଚାଲିଥିଲା। ଦାଦାସାହେବ ଫାଲକେଙ୍କୁ ଭାରତୀୟ ସିନେମାର ଜନକ ବୋଲି କୁହାଯାଏ, ତାଙ୍କ ଉପରେ ନିର୍ମିତ ବାୟୋପିକ୍ ତାଙ୍କ ୧୫୭ତମ ଜନ୍ମବାର୍ଷିକୀରେ, ଅର୍ଥାତ୍ ୩୦ ଏପ୍ରିଲ୍ ୨୦୨୭ରେ ମୁକ୍ତିଲାଭ କରିପାରେ। କୁହାଯାଉଛି ଯେ ଫିଲ୍ମର ପ୍ରି-ପ୍ରଡକ୍ସନ୍ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଆରମ୍ଭ ହେବ। ଏହି ଫିଲ୍ମ ପାଇଁ ଆମିର ଖାନ ଗୋଟିଏ ଅଲଗା ଲୁକ୍ ରେ ଆସିବେ । ଦାଦାସାହେବ ଫାଲକେଙ୍କ ପରିବାର ମଧ୍ୟ ଏହି ପ୍ରକଳ୍ପରେ ରାଜି ହୋଇଛନ୍ତି।
ତେବେ ରାଜକୁମାର ହିରାନୀଙ୍କ ସହିତ ଆମିର ଅନେକ ଫିଲ୍ମରେ ନଜର ଆସିଛନ୍ତି ଆଉ ଯାହାକି ସୁପରହିଟ୍ ମଧ୍ୟ ହୋଇଛି । ଯଦି ଆମେ PK ଏବଂ 3 Idiots ବିଷୟରେ କହିବା, ତେବେ ଉଭୟ ଫିଲ୍ମ ମିଶି ୧୦୦୦ କୋଟି ଟଙ୍କା ରୋଜଗାର କରିଥିଲା । ଆମିର ଖାନ ଏବଂ ରାକୁମାର ଦାଦା ସାହେବ ଫାଲକେଙ୍କ ବାୟୋପିକରେ ଏକାଠି କାମ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି ।