ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଛି । ଆସନ୍ତାକାଲି ପ୍ରକାଶ ପାଇବ + ୨ ଫଳାଫଳ। ଅପରାହ୍ନ ୪ଟା ରେଜଲ୍ଟ ପ୍ରକାଶ ପାଇବା ନେଇ ସିଏଚଏସଇର ସୂଚନା। ଏକାସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନର ଫଳାଫଳ ପ୍ରକାଶ ପାଇବ। କାଉନସିଲ୍ ପରିସରରେ ପରୀକ୍ଷା ଫଳ ଘୋଷଣା କରାଯିବ । ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ କମିଶନର ପରୀକ୍ଷା ଫଳ ପ୍ରକାଶ କରିବେ । ଫଳାଫଳ ଅଫିସିଆଲ ୱେବସାଇଟ www.orissaresults.nic.in ଏବଂ www.chseodisha.nic.in ରେ ଉପଲବ୍ଧ ହେବ।
ଚଳିତ ବର୍ଷ ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ମଧ୍ୟରେ ଅନୁଷ୍ଠିତ ଯୁକ୍ତ ୨ ପରୀକ୍ଷାରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ କଳା ବିଭାଗରେ ୨,୪୭,୩୯୧, ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫,୭୨୧ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ପରୀକ୍ଷା ୧,୨୭୬ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଶ୍ନପତ୍ର ମହଜୁଦ ପାଇଁ ୨୦୫ଟି ହବ୍ ବ୍ୟବସ୍ଥା କରାଯାଇଥିଲା।