ଭୁବନେଶ୍ୱର: ବଢ଼ିଲା ଯୁକ୍ତ ତିନି ନାମଲେଖା ଅବଧି । ଏନେଇ ଉଚ୍ଚଶିକ୍ଷା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଯୁକ୍ତ ତିନି ନାମଲେଖା ପାଇଁ ଶେଷ ଦିନ ରହିଥିଲା । ଏହାର ଅବଧି ବଢି ଜୁନ ୧ ତାରିଖ ପର୍ଯ୍ୟନ୍ତ କରାଯାଇଛି । ଛାତ୍ରଛାତ୍ରୀ SAMS ପୋର୍ଟାଲରେ ଫର୍ମ୍ ପୂରଣ କରିପାରିବେ । ବିଜ୍ଞପ୍ତି ଅନୁସାରେ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଡିଗ୍ରୀ ଉଚ୍ଚଶିକ୍ଷା ଅନୁଷ୍ଠାନ, ସ୍ୱ-ଅର୍ଥାୟନ କଲେଜ ଏବଂ ସଂସ୍କୃତ କଲେଜଗୁଡ଼ିକରେ ଯୁକ୍ତ ତିନି (+୩) ପାଠ୍ୟକ୍ରମରେ ଇ-ଆଡମିଶନ ପାଇଁ ସମୟସୀମାକୁ ଜୁନ୍ ୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପ ପରେ, www.samsodisha.gov.in ୱେବସାଇଟ୍ ମାଧ୍ୟମରେ ଅନଲାଇନ କମନ ଆପ୍ଲିକେସନ ଫର୍ମ (CAF) ଜମା କରିବାର ଶେଷ ତାରିଖକୁ ଜୁନ୍ ୧, ୨୦୨୫ ରାତି ୧୧:୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଆଲୋଚନା କରି କଲେଜଗୁଡ଼ିକରେ +୩ ପାଠ୍ୟକ୍ରମରେ ନାମଲେଖା ପାଇଁ ସମୟସୀମା ବୃଦ୍ଧି ପାଇଁ ଅନୁରୋଧ କରିବା ପରେ ନିଆଯାଇଛି।