ମୁମ୍ବାଇ: ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ୱାର ୨ ପାଇଁ ଲୋକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଟିଜରକୁ ନେଇ ଅନେକ ପ୍ରକାରର ଖବର ଆସୁଥିଲା। ତେବେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି ମଙ୍ଗଳବା(ମେ-୨୦)ରେ ୱାରର ଟିଜର ରିଲଜ ହୋଇଛି। ଆଜି ହେଉଛି ଜୁନିୟର ଏନ୍-ଟି-ଆର୍ ଙ୍କ ଜନ୍ମଦିନ ସେ ଉଦ୍ଧେଶ୍ୟରେ ଏନ୍-ଟି-ଆର୍ ତାଙ୍କ ଫ୍ୟାନ୍ସ ମାନଙ୍କୁ ଉପହାର ଦେଇଛନ୍ତି ।
୧୪ ଅଗଷ୍ଟରେ ସିନେମା ହଲରେ ମୁକ୍ତିଲାଭ କରୁଥିବା ଏହି ଫିଲ୍ମର ପ୍ରଥମ ଭାଗ ୨୦୧୯ରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ହ୍ରିତିକ୍ଙ୍କ ଚରିତ୍ର ମେଜର କବୀରଙ୍କୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଫିଲ୍ମର ଟିଜରରୁ ଅନୁମାନ କରାଯାଉଛି ଯେ ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିବ । NTR ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି, ଯାହାକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ କିଆରା ଆଡଭାନୀ ମୁଖ୍ୟ ଅଭିନେତ୍ରୀ ଭାବରେ ମଧ୍ୟ ନଜର ଆସିଛନ୍ତି।
ତେବେ ୱାରର ଫାଇଟିଂ ସିନ୍ ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି । ଟିଜରରେ ଯେଉଁ ଫାଇଟିଂ ସିନ୍ ଦେଖାଯାଉଛି ତାହା କୌଣସି ହଲିଉଡ୍ ମୁଭି ଠାରୁ କମ୍ ଲାଗୁନି । ଏହି ମୁଭିରେ ହ୍ରିତିକ୍ ପ୍ରଥମ ଫିଲ୍ମ ଅପେକ୍ଷା ଅଧିକ ଆକ୍ସନ୍ ମୋଡ୍ରେ ନଜର ଆସିବେ । ମୁଭି ମାଧ୍ୟମରେ ଜୁନିୟର ଏନ-ଟି-ଆର୍ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ଉଭୟ ଅଭିନେତାଙ୍କ ଆକ୍ସନ ସିନ୍ ଧମାଲ କରିବେ ।