ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ସରକାରୀ ବାବୁ । ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଫରେଷ୍ଟ ରେଞ୍ଜ୍ ଡେପୁଟି ରେଞ୍ଜରଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ। ଉକ୍ତ ସରକାରୀ ବାବୁ ଜଣକ ଅସିତ ପଟ୍ଟନାୟକ । ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ ଭଡ଼ାରେ ଲାଗିଥିବା ଗାଡ଼ିର ଟଙ୍କା ରିଲିଜ୍ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଭିଜିଲାନ୍ସ ଚଢ଼ାଉ କରିଛି ।