ନୟାଗଡ; ନୟାଗଡ ଜିଲ୍ଲା ଦଶପଲ୍ଲା-ଭଂଜନଗର ରାସ୍ତାର ସାକେଣୀ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ରାସ୍ତା ଉପରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଯାହା ଫଳରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଲେ ଖଣ୍ଡପଡା ଗାଁର ଜଟିଆ ବେହେରା ।
ସୂଚନା ଅନୁସାରେ , ଦଶପଲ୍ଲା-ଭଞ୍ଜନଗର ରାଜ୍ୟ ରାଜପଥର ଦଶପଲ୍ଲା ଥାନା ସାକେଣୀ ଗାଁ ଠାରୁ କିଛି ଦୂରରେ ୮ଜଣ ଦୁର୍ବୃତ୍ତ କଳା ସ୍କର୍ପିଓରେ ଆସି ପଥଚାରୀଙ୍କୁ ଅଟକାଇଥିଲେ । ପରେ ବ୍ଲେଡରେ ହଠାତ ଆକ୍ରମଣ କରିଥିଲେ । ଯାହା ଫଳରେ ପଥଚାରୀ ଜଣଙ୍କ ଆହତ ହୋଇଥିଲେ । ଏହାପରେ ପଥଚାରୀଙ୍କ ବାଇକ୍ ମଧ୍ୟ ରାସ୍ତାକଡରେ ପୋଡି ଦେଇଥିଲେ ଦୁର୍ବୃତ୍ତ । ଏପରିକି ବ୍ୟବସାୟୀଙ୍କ ଠାରୁ ମୋବାଇଲ ଓ ନଗଦ ୭୨୦୦ ଟଙ୍କା ଲୁଟି ନେଇଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ ଆଣିଛନ୍ତି ।
। ତେବେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।