ନବରଙ୍ଗପୁର : ସୋମବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କରଟିଆଗୁଡାରେ ନୂତନ ତେଲଗୁନି ମାତା ମନ୍ଦିରକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଦେଖାଦେଇଛି । ଚେରଚେଟା ଓ କରତିଆଗୁଡା ଗ୍ରାମ ମଧ୍ୟରେ ପଥର ଫିଙ୍ଗା ଫିଙ୍ଗି ହୋଇ କରତିଆଗୁଡାର ସୁଦ ଭତ୍ରା ଓ ଗୋବର୍ଧନ ଭତ୍ରାଙ୍କ ମୁଣ୍ଡ ଫାଟି ଓ ଚେରଚେଟାର ବଳି ବିଶୋଇ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଭୟ ଗ୍ରାମବାସୀ ପାପଡାହାଣ୍ଡି ଥାନାର ଦ୍ୱାରସ୍ତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଆସନ୍ତା ୭ ତାରିଖ ଦିନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି ଚାଲିଥିବା ବେଳେ କରତିଆଗୁଡାରେ ଉଭୟ ଗ୍ରାମବାସୀ ବସି ବୈଠକ କରିଥିଲେ । ମନ୍ଦିର ଖର୍ଚ୍ଚ ବାବଦକୁ କିଛି ଟଙ୍କା ଦେବା ଲାଗି କଥା ହେଉଥିଲେ । ଏହାକୁ କରତିଆଗୁଡା ବାସି ମନା କରିଦେଇଥିଲେ । ଯାହାକୁ ନେଇ ଦୁଇ ଗାଁ ଗାଁ ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହାପରେ ପରେ ପଥର ଫିଙ୍ଗା ଫିଙ୍ଗି ହୋଇ ସୁଦ ଭତ୍ରା ଓ ଗୋବର୍ଦ୍ଧନ ଭତ୍ରା ମୁଣ୍ଡ ଫାଟି ଗୁରୁତର ହୋଇଥିଲେ । ଘଟଣା ପରେ ଉଭୟ ଗ୍ରାମବାସୀ ପାପଡାହାଣ୍ଡି ଥାନାର ଦ୍ୱାରସ୍ତ ହୋଇଛନ୍ତି ।