ଭୁବନେଶ୍ୱର: ଧିରେ ଧିରେ ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରୁଛି । ସିଙ୍ଗାପୁର, ହଂକଂଙ୍କ ପରେ ଭାରତରେ କୋଭିଡ୍ ର ଭୟ ଘାରିଛି । ଏନେଇ ସମସ୍ତଙ୍କ ଚିନ୍ତା ବଢିଯାଇଛି । କୋଭିଡ୍ ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ପ୍ରତିକ୍ରିୟାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, " ବହୁବିଧ ରୋଗରେ ଆକ୍ରାନ୍ତ ଲୋକେ ସାବଧାନ ରହିବେ । କିଡ୍ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ । ଏବେ ବ୍ୟାପିଥିବା କୋଭିଡ୍ ଓମିକ୍ରନ୍ର ସବ୍ଭାରିଆଣ୍ଟ୍ ଓଡ଼ିଶାରୁ ଚିହ୍ନଟ ହେଲେ ଜିନମ୍ ସିକ୍ୟୁଏନସ୍ ପାଇଁ ପଠାଯିବ । ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ।
କୋଭିଡ୍ ସ୍ଥିତିକୁ ନେଇ ଡାଇରେକ୍ଟର ଜେନେରାଲ ଅଫ୍ ହେଲଥ ସର୍ଭିସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଏମରଜେନ୍ସି ମେଡିକାଲ ରିଲିଫ୍ ଡିଭିଜନ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଲ୍ଇ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ରିସର୍ଚ୍ଚର ଟିମ୍ ବୈଠକରେ ଯୋଗ ଦେଇଥିଲେ । ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇ ରହିଛି। ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ସତର୍କତାର ସହିତ କୋଭିଡ୍ କୁ ମୁକାବିଲା କରାଯିବ । ସମସ୍ତଙ୍କୁ ସତର୍କତାର ସହିତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।