ଭୁବନେଶ୍ୱର: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍ ଢାଞ୍ଚା । କ୍ୟାବିନେଟ୍ ବୈଠକରେ ସଚିବଙ୍କ କ୍ଷମତା ହେଲା ସଙ୍କୁଚିତ । ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ହେଲା ନିଷ୍ପତି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ବିଭାଗକୁ ଏନେଇ ଚିଠି ଲେଖିଛନ୍ତି ସଂସଦୀୟ ସଚିବ ।
୫ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟ୍ ବସିବାର ତାରିଖ । ୩ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ଫାଇଲ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ପ୍ରସ୍ତାବ କ୍ୟାବିନେଟକୁ ଆସିପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍ ବୈଠକ ବସିପାରିବ ନାହିଁ । ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ୍ ରୁମ୍କୁ ଯାଇପାରିବେ। ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ବ ରହିବ। କ୍ୟାବିନେଟ୍ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ବାରଣ ରହିଛି।