ମୁମ୍ବାଇ; ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ ୨୦୨୫ର ୬୩ତମ ମ୍ୟାଚ୍ ଖେଳାଯିବ। ଆଜିର ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ କୌଣସି ସେମିଫାଇନାଲ ମ୍ୟାଚ୍ ଠାରୁ କମ୍ ନୁହେଁ, କାରଣ ଆଜି ଯେଉଁ ଦଳ ଏହି ମ୍ୟାଚ୍ ଜିତିବ, ସେ ପ୍ଲେଅଫ୍ ନିକଟକରେ ଚତୁର୍ଥ ଦଳ ଭାବେ ପହଞ୍ଚିଯିବ। ମୁମ୍ବାଇ ଓ ଦିଲ୍ଲୀର ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ମ୍ୟାଚ ପୂର୍ବରୁ ୱାଙ୍ଖେଡେରେ ବର୍ଷା ହେବାର ଆଂଶଙ୍କା ରହିଛି । ଆଜିର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂର ନିଷ୍ପତି ନେଇଛି । ସେହିପରି ଏହି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଅଧିନାୟକ ଅକ୍ଷର ପଟେଲ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଫାଫ ଡୁ ପ୍ଲେସିସ ଅଧିନାୟକ ଭାବେ ବିବେଚିତ ହୋଇଛନ୍ତି ।
ଦିଲ୍ଲୀ କ୍ୟାପିଚଟାଲ୍ସ (ପ୍ଲେଇଂଗ ଇଲେଭେନ): ଫାଫ୍ ଡୁ ପ୍ଲେସିସ୍ ,ଅଭିଷେକ ପୋରେଲ , ସମୀର ରିଜଭି, ଆତୁତୋଶ ଶର୍ମା, ତ୍ରିସ୍ତାନ ଷ୍ଟବ୍ସ, ଦୁଷ୍ମାଥା ଚାମିରା, ବିପରାଜ ନିଗମ, ମାଧବ ତିୱାରୀ, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ, ମୁକେଶ କୁମାର
ମୁମ୍ବାଇ ଇଣ୍ଡିଆନ୍ସ (ପ୍ଲେଇଂଗ ଏକାଦଶ): ରିଆନ୍ ରିକେଲଟନ୍ ,ରୋହିତ ଶର୍ମା, ୱିଲ୍ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ,ନମାନ ଧୀର, ମିଚେଲ ସାଣ୍ଟନର୍, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମ୍ରା