ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ଗୁଜରାଟ ଟାଇଟନ୍ସ ନିଜର ଆଇପିଏଲ୍ ଇତିହାସରେ ସବୁଠୁ ବଡ ବିଜୟ ହାସଲ କରିଛି । ଚଳିତ ସିଜିନର ୬୦ ତମ ମ୍ୟାଚରେ ଗୁଜରାଟ ହାଇ ସ୍କୋରିଂ ମୁକାବିଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୧୯୯ ରନ କରିଥିଲା । ଜବାବରେ ଗୁଜରାଟ ସାଇ ସୁଦର୍ଶନଙ୍କ ଶତକ ଓ ଶୁଭମନ ଗିଲଙ୍କ ୯୩ ରନ ବଳରେ ମ୍ୟାଚକୁ ୧୦ ୱିକେଟରେ ଜିତି ନେଇଛି । ଗୁଜରାଟ ବିଜୟରେ ଆଇପିଏଲରେ ପ୍ଲେ ଅଫର ସମୀକରଣ ସ୍ପଷ୍ଟ ହୋଇଛି । ଗୁଜରାଟ ୧୮ ପଏଣ୍ଟ ସହ ପ୍ଲେ ଅଫକୁ ପ୍ରଥମ ଦଳ ଭାବେ ପ୍ରବେଶ କରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟ ପ୍ଲେ ଅଫ୍ ପାଇଁ କ୍ୱାଲିଫାଏ କରିଛନ୍ତି ।
ପ୍ରଥମ ସ୍ଥାନରେ ଗୁଜରାଟ
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଜିତିବା ପରେ ଗୁଜରାଟ ଟାଇଟାନ୍ସ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି ଏବଂ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଗୁଜରାଟ ଏପର୍ୟ୍ୟନ୍ତ ୧୨ଟି ମ୍ୟାଚ୍ ଖେଳି୯ଟିରେ ବିଜୟୀ ହୋଇଛି ଏବଂ କେବଳ ୩ଟିରେ ହାରିଛି। ୧୮ ପଏଣ୍ଟ ସହିତ ଦଳର ନେଟ୍ ରନ୍ ରେଟ୍ ଯୁକ୍ତ ୦.୭୯୫।
ଆରସିବି ଏବଂ ପଞ୍ଜାବ କିଙ୍ଗ୍ସ ପାଇଁ ମଧ୍ୟ ପ୍ଲେଅଫ୍ ଦ୍ୱାର ଖୋଲା
ଅନ୍ୟପକ୍ଷରେ ଗୁଜରାଟ ଜିତିବା ମାତ୍ରେ, ଆରସିବି ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟ ପ୍ଲେଅଫରେ ପ୍ରବେଶ କରିଛନ୍ତି। ଆରସିବି ଦଳ ଏପର୍ୟ୍ୟନ୍ତ ୧୨ଟି ମ୍ୟାଚ୍ ଖେଳି ୧୭ ପଏଣ୍ଟ ସହିତ ନେଟ୍ ରନ୍ ରେଟ୍ ଯୁକ୍ତ ୦.୪୮୨ ରହିଛ । ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସର ଦଳ ତୃତୀୟ ସ୍ଥାନରେ ଅଛି। ୧୭ ପଏଣ୍ଟ ସହିତ ନେଟ୍ ରନ୍ ରେଟ୍ ୦.୩୮୯ ହାସଲ କରି ଦଳ ପ୍ଲେ ଅଫରେ ପ୍ରବେଶ କରିଛି ।
ଏବେ ତିନୋଟି ଦଳ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ଏବଂ କେବଳ ଗୋଟିଏ ସ୍ଥାନ ବାକି ଅଛି । ଚତୁର୍ଥ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ (୧୩ ପଏଣ୍ଟ) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (୧୦ ପଏଣ୍ଟ) ଦୌଡ଼ରେ ଅଛନ୍ତି। ଏହି ତିନୋଟି ଦଳ ଅପେକ୍ଷା ମୁମ୍ବାଇର ପଏଣ୍ଟ ଅଧିକ ଥିବାରୁ ଏହା ପାଖରେ ପ୍ଲେ ଅଫରେ ପହଞ୍ଚିବାର ସୁଯୋଗ ଅଧିକ ରହିଛି । ମୁମ୍ବାଇ ୧୪ ପଏଣ୍ଟ ସହିତ ନେଟ୍ ରନ୍ ରେଟ୍ ଯୁକ୍ତ ୧.୧୫୬ ରହିଛି । ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି ।