ନୂଆଦିଲ୍ଲୀ: ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଆଜି ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଏମିତି ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଯାହା କ୍ରିକେଟ୍ ଜଗତିରେ ନୂଆ ଇତିହାସ ସୃଷ୍ଟି ହୋଇଛି । ବୈଭବ ଦିନିକିଆ ଅର୍ଥାତ ଲିଷ୍ଟ ଏ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି । ସୂର୍ଯ୍ୟବଂଶୀଙ୍କ ପରି କୌଣସି ଖେଳାଳି ଏହି ଫର୍ମାଟରେ ଏମିତି ଅର୍ଦ୍ଧଶତକ ପୂରା କରି ନ ଥିଲେ । ଶ୍ରୀଲଙ୍କା ଏ ବିପକ୍ଷ ଟାଇଟଲ୍ ମୁକାବିଲାରେ ବୈଭଭ ମାତ୍ର ୧୧ ବଲରେ ଅର୍ଦ୍ଧଶତକ ପୂରା କରିଥିଲେ ।
ବାମହାତୀ ବ୍ୟାଟର ବୈଭବ ମାତ୍ର ୧୫ ବର୍ଷ ବୟସରେ ଏହି ଉପଲବ୍ଧି ହାସଲ କରିଛନ୍ତି । ବୈଭବଙ୍କ ପୂର୍ବରୁ ଲିଷ୍ଟ ଏ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକ ୧୨ ବଲରେ ହୋଇଥିଲା । ହେଲେ ବୈଭବ ୧୧ଟି ବଲରୁ ୫ ଚୌକା ଓ ୫ ଛକା ଜରିଆରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଏହି ସମୟରେ ସେ ଗୋଟିଏ ବି ରନ ଦୌଡି କରି ନେଇ ନାହାନ୍ତି । ୫୦ ରନ ପୂରା ବାଉଣ୍ଡରୀରୁ ହିଁ ଆସିଥିଲା ।
ଏହି ସିରିଜରେ ସମସ୍ତଙ୍କ ନଜର ବୈଭବଙ୍କ ଉପରେ ଥିଲା । କାରଣ ତାଙ୍କୁ ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି । ମାତ୍ର ପ୍ରଥମ ୪ଟି ମ୍ୟାଚରେ ସେ ୧୪, ୪୪, ୨୧ ଓ ୩୮ ରନ କରିଥିଲେ । ଏହାକୁ ନେଇ ମଧ୍ୟ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ହେଲେ ଫାଇନାଲରେ ସେ ସମସ୍ତ ଆଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।
ଶ୍ରୀୀଲଙ୍କା ଏ ବିପକ୍ଷ ଫାଇନାଲରେ ବୈଭବ ୯ତମ ଓଭରରେ ଆଉଟ୍ ହୋଇଥିଲେ । ସେ ଆଉଟ୍ ହେବା ବେଳକୁ ଭାରତର ସ୍କୋର ୮.୫ ଓଭରରେ ୧୩୧ ରନରେ ପହଞ୍ଚି ସାରିଥିଲା । ଏହି ଇନିଂସରେ ବୈଭବ ମାତ୍ର ୨୯ ବଲରୁ ୯୪ ରନର ବିଧ୍ୱଂସୀ ଇନିଂସ ଖେଳିଛନ୍ତି । ହେଲେ ସେ ପୁଣି ଥରେ ନର୍ଭସ ୯୦ର ଶିକାର ହୋଇଛନ୍ତି । ଏହା ପୂର୍ବରୁ ଆଇପିଏଲରେ ମଧ୍ୟ ସେ ୯୭ ଓ ୯୬ ରନରେ ଆଉଟ୍ ହୋଇଥିଲେ ।
Also Read: ‘ଅମ୍ପାୟରଙ୍କ ସହ ଯୁକ୍ତିତର୍କ, ବୈଭବ ସୂର୍ଯ୍ୟବଂଶୀଙ୍କ ସହ ହାତାହାତି’