ନୂଆଦିଲ୍ଲୀ: ନିଜର ଶେଷ ପର୍ଯ୍ୟାୟ ଆଡକୁ ବଢୁଛି ଆଇପିଏଲ୍ ୨୦୨୫ । ଆଜି ସୁପର ସଣ୍ଡେରେ ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ରାଜସ୍ଥାନ ପ୍ଲେଅଫରୁ ବାଦ୍ ପଡିସାରିଥିବା ବେଳେ ପଞ୍ଜାବ ପାଇଁ ଆଜିର ମ୍ୟାଚ୍ ଜିତିବା ବହୁତ ଜରୁରୀ । ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ । ପ୍ଲେ ଅଫ ପାଇଁ ଏହି ମ୍ୟାଚ୍ ଜିତିବା ଦୁଇ ଦଳ ପାଇଁ ନିତାନ୍ତ ଆବଶ୍ୟକ ।
ରାଜସ୍ଥାନ ଓ ପଞ୍ଜାବ ମଧ୍ୟରେ ମୁକାବିଲା ଜୟପୁରରେ ଖେଳାଯିବ । ଏହି ମ୍ୟାଚ୍ ପଞ୍ଜାବ ପାଇଁ ଜିତିବା ବହୁତ ଜରୁରୀ । ଯଦି ପଞ୍ଜାବ ଜିତେ ତେବେ ଦଳ ୧୭ ପଏଣ୍ଟ ସହ ପ୍ଲେ ଅଫ ପାଇଁ ଯୋଗ୍ୟତ ଅର୍ଜନ କରିପାରେ । ରାଜସ୍ଥାନ ଜିତିଲେ ପଞ୍ଜାବ ପାଇଁ ପ୍ଲେ ଅଫ ମୁସ୍କିଲ ହୋଇପାରେ । ଏହି ମ୍ୟାଚ୍ ଆଜି ଅପରାହ୍ଣ ୩ଟା ୩୦ରେ ଖେଳାଯିବ ।
ଦିଲ୍ଲୀ ବନାମ ଗୁଜରାଟ
ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ସୁପର ସଣ୍ଡେର ଦ୍ୱିତୀୟ ମୁକାବିଲା ଖେଳାଯିବ । ଏହି ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଦିଲ୍ଲୀ ଓ ଗୁଜରାଟ ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ଗୁଜରାଟ ୧୧ଟି ମ୍ୟାଚରୁ ୮ଟି ଜିତି ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ଜିଟି ଆଜିର ମ୍ୟାଚ୍ ଜିତିଯାଏ ତେବେ ଦଳ ୧୮ ପଏଣ୍ଟ ସହ ଶୀର୍ଷକୁ ଉଠି ପ୍ଲେ ଅଫରେ ପ୍ରବେଶ କରିବ.
ଦିଲ୍ଲୀ ଏ ପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳି ୬ ବିଜୟ, ୪ ପରାଜୟ ଓ ଗୋଟିଏ ମ୍ୟାଚ୍ ଡ୍ର ରହିଛି । ଦଳ ୧୩ ପଏଣ୍ଟ ସହ ଅଙ୍କ ତାଲିକାରେ ପଞ୍ଚମରେ ରହିଛି । ଯଦି ଦିଲ୍ଲୀ ମ୍ୟାଚ୍ ଜିତେ ତେବେ ଦଳ ପ୍ଲେ ଅଫର ନିକଟତ ହେବ ।