ନୂଆଦିଲ୍ଲୀ ; ଚଳିତ ବର୍ଷ ଆଇପିଏଲ ପହଞ୍ଚିବା ପାଇଁ ଦୌଡ଼ସିଜିନର 63ତମ ଲିଗ୍ ମ୍ୟାଚ୍ ଉପରେ ଏବେ ସମସ୍ତଙ୍କ ନଜର , ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସହ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ଲେଅଫରେ ରେ ଅଛନ୍ତି ଏବଂ ଆଜିର ମ୍ୟାଚରେ ନିଷ୍ପତ୍ତି ନିଆଯିବ ଯେ ଏହି ସିଜନର ପ୍ଲେଅଫରେ ଚତୁର୍ଥ ଦଳ ଭାବେ କେଉଁ ଟିମ ସ୍ଥାନ ସୁରକ୍ଷିତ କରିବ। ଶେଷ ଦୁଇଟି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ସେମାନଙ୍କୁ ଦୁଇଟି ଜିତିବାକୁ ପଡିବ। ଅନ୍ୟପଟେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ, ଦିଲ୍ଲୀ ଦଳର ସହ-ମାଲିକ ପାର୍ଥ ଜିନ୍ଦଲ ବିସିସିଆଇକୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଖରାପ ପାଗକୁ କାରଣ ଦର୍ଶାଇ ମ୍ୟାଚ୍ କୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି।
ଖବର ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲ ବିସିସିଆଇକୁ ଚିଠିରେ ସେ ଲେଖିଛନ୍ତି ଯେ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଏବଂ ମ୍ୟାଚ୍ ବାତିଲ ହେବାର ସମ୍ଭାବନା ବହୁତ ଅଧିକ ରହିଛି । ଯେପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ବାଙ୍ଗାଲୋରରୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରାଯାଇଛି, ସେହିପରି ୨୧ ମଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ଅନ୍ୟ କୌଣସି ସ୍ଥାନରେ ସ୍ଥାନାନ୍ତରିତ ହେବା ଉଚିତ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।