ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶର ୟୁପିଆରେ ଅନୁଷ୍ଠିତ ହୋଇଥିବା ୧୯ ବର୍ଷରୁ କମ୍ ବାଳକ ସାଫ ଚାମ୍ଫିୟମସିପରେ ବାଂଲାଦେଶକୁ ପେନାଲ୍ଟି ସୁଟଆଉଟରେ ପରାଜିତ କରି ଭାରତ ଚାମ୍ପିୟନ ହେବାରେ ସଫଳତା ହାସଲ କରିଛି । ପ୍ରଥମରୁ ମ୍ୟାଚ ବେସ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ନିର୍ଦ୍ଦାରିତ ସମୟରେ ଦୁଇ ଦଳ ୧-୧ ରେ ବରାବର ରହିବା ଦ୍ବାରା ଖେଳ ପେନାଲ୍ଚି ସୁଟଆଉଟକୁ ଚାଲିଯାଇଥିଲା । ଯେଉଁଥିରେ ଭାରତୀୟ ଅଧିନାୟକ ସିଙ୍ଗା ମୟୁମସାମି ଅନ୍ତିମ ଗୋଲ ମାରି ଦଳକୁ ବିଜୟ ପ୍ରଦାନ କରିଥିଲେ ।
ପ୍ରଥମରୁ ଭାରତୀୟ ଖେଳାଳି ଆକ୍ରାମଣାତ୍ମକ ଢଙ୍ଗରେ ଖେଳର ଆରମ୍ଭ କରି ପ୍ରଥମ ଦୁଇ ମିନିଟରେ ଗୋଲ କରିବାରେ ସଫଳ ହୋଇଥିଲ । କ୍ୟାପଟେନ ସାମି ଏହି ଗୋଲ କରି ଦଳକୁ ୧-୦ ଆଗରେ ରଖିଥିଲେ । ତେବେ ଏହାର ଜବାବରେ ବିପକ୍ଷ ବାଂଲାଦେଶ ଖେଳର ୬୧ ମିନିଟରେ ଗୋଲ ଦେଇ ବରାବରିରେ ରହିଥିଲା ।
ଏହା ପରେ ଦୁଇ ଦଳ ଜିତିବା ନେଇ ବହୁ ପ୍ରୟାସ କରିଥିଲେ କିନ୍ତୁ ଖେଳର ନିର୍ଦ୍ଧାରିତ ସମୟ ଭିତରେ କାହାକୁ ସଫଳ ମିଳିନଥିଲା । ଯାହା ଫଳରେ ଖେଳ ପେନାଲ୍ଟି ସୁଟଆଉଟକୁ ଚାଲିଯାଉଥିଲା । ଏହି ପର୍ଯ୍ୟାୟରେ ବାଂଲାଦେଶ ପ୍ରଥମ ତିନୋଟି ସୁଟ କରିଥିଲା । ମାତ୍ର ଭାରତର ଦ୍ବିତୀୟ ସୁଟ ଖାଲି ଯାଇଥିଲା । ଚତୁର୍ଥ ରାଉଣ୍ଡ ସୁଦ୍ଧା ଦୁଇ ଦଳ ୩-୩ ସ୍ଥିତିରେ ରହିଥିଲେ । ସେହିପରି ଚତୁର୍ଥ ସୁଟରେ ଭାରତୀୟ ଅଧିନାୟକ ଗୋଲ ଦେବା ଫଳରେ ଭାରତ ଚତୁର୍ଥ ଥର ପାଇଁ ସାଫ ଚାମ୍ପିୟନସିପରେ ବିଜେତା ହୋଇଛି ।