ବିବାହ ଡୋରୀରେ ବାନ୍ଧି ହେବାକୁ ଯାଉଛନ୍ତି ତାମିଲ ଚଳଚ୍ଚିତ୍ରର ସୁପରଷ୍ଟାର ବିଶାଲ ଏବଂ ଅଭିନେତ୍ରୀ ସାଈ ଧନଶିକା। କିଛି ଦିନ ତଳେ ଏକ ପ୍ରେସମିଟରେ ଦୁହେଁ ଏହି ଖୁସି ଖବରକୁ ସେୟାର କରିଛନ୍ତି। ତେବେ ପରସ୍ପର ଦୀର୍ଘ ୧୫ ବର୍ଷରୁ ପ୍ରେମ ସମ୍ପର୍କରେ ଥିବା ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି। ତାଙ୍କ ବିବାହ ଅଗଷ୍ଟ ୨୯ ରେ ହେବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ତେବେ ଦୁହେଁ ବହୁ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ ମଧ୍ୟ ନିଜ ସମ୍ପର୍କକୁ ସେମାନେ ଗୁପ୍ତ ରଖିବାକୁ ଚାହୁଁଥିଲେ। ଉଭୟେ ଚାହୁଁଥିଲେ ବାହାଘର ପୂର୍ବରୁ ସେମାନେ ବନ୍ଧୁତ୍ବର ପରିଚୟରେ ରହିବେ କିନ୍ତୁ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସେ ନିଜ ପ୍ରେମ ବିଷୟରେ ଜଣାଇବାକୁ ବାଧ୍ୟ ହୋଇଥିଲେ। ତେଣୁ ପ୍ରେସମିଟରେ ସେମାନଙ୍କ ସମ୍ପର୍କର ଖୁଲାସା କରିଥିଲେ।
ତେବେ ବିଶାଳ ୧୫ବର୍ଷ ଧରି ଧନଶିକାଙ୍କୁ ଜାଣନ୍ତି ବୋଲି କହିଥିଲେ। ଏହା ବ୍ୟତୀତ ଧନଶିକା ବିଶାଲଙ୍କ ପ୍ରଶଂସା କରି କହିଛନ୍ତି ଯେ, ବିଶାଲ ତାଙ୍କ ସହ ସବୁବେଳେ ଭଲ ବ୍ୟବହାର ଦେଖାଇଛନ୍ତି। ଯେତେବେଳେ ସେ ଅସୁବିଧାରେ ଥିଲେ ବିଶାଲ ତାଙ୍କୁ ସାହାଯ୍ୟ କରିଥିଲେ। ଏପରିକି ଧନଶିକା ବିଶାଲଙ୍କୁ ଖୁବ୍ ଭଲପାଆନ୍ତି ବୋଲି କହିଛନ୍ତି। ଯାହା ଫ୍ୟନ୍ସ ଶୁଣିବାପରେ ଖୁବ୍ ଖୁସି ହୋଇଥିଲେ।