ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ତାଙ୍କର କିଛି ପୁରୁଣା ଫଟୋ ସେୟାର କରିଛନ୍ତି । ଆଉ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସୋନୁଙ୍କ ଏହି ଫଟୋଗୁଡ଼ିକ ଉପରେ ପ୍ରଶଂସକମାନେ କମେଣ୍ଟ ଦେଉଥିବା ବେଳେ, ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ମତାମତ ଦେଉଛନ୍ତି।
ସୋନୁ ଇନଷ୍ଟାଗ୍ରାମରେ ତାଙ୍କର କିଛି ପୁରୁଣା ଫଟୋ ସେୟାର କରି ପ୍ରଶଂସକ ଏବଂ ସେଲିବ୍ରିଟି ଉଭୟଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହି ଫଟୋଗୁଡ଼ିକରେ ସୋନୁ ଗୋଟିଏ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଲୁକରେ, ସେ ଲାଲ ଆଖି ଥିବା ଏକ ସବୁଜ ରଙ୍ଗର ମୁକୁଟ ପିନ୍ଧିଛନ୍ତି। ଏହା ସହିତ, ସେ ଏକ ସବୁଜ ରଙ୍ଗର ଖୋଲା ଜ୍ୟାକେଟ୍ ପିନ୍ଧିଛନ୍ତି ଏବଂ ଜିନ୍ସ ସହିତ ସବୁଜ ରଙ୍ଗର ଜୋତା ମଧ୍ୟ ପିନ୍ଧିଛନ୍ତି। ସୋନୁଙ୍କ ଏହି ଲୁକ୍ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯିବ ।
ସୋନୁ ତାଙ୍କର କିଛି ପୁରୁଣା ଫଟୋକୁ ନିଜ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ପୂର୍ବରୁ, ସବୁକିଛି ଏହିପରି ଆରମ୍ଭ ହୋଇଥିଲା।' ସୋନୁଙ୍କ ଏହି ପୋଷ୍ଟରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ନିଜର କମେଣ୍ଟ ଦେଉଛନ୍ତି।
ସୋନୁଙ୍କ ଫଟୋ ଉପରେ ଅନେକ ପ୍ରଶଂସକ ଏବଂ ସେଲିବ୍ରିଟି ପ୍ରତିକ୍ରିୟା ଦେଇଛନ୍ତି। ବଲିଉଡ୍ କୋରିଓଗ୍ରାଫର ଫାରାହ ଖାନ କୁନ୍ଦର ଲେଖିଛନ୍ତି, 'ସୋନୁ, ତୁମେ ଏହି ଲୁକରେ ମେଟ୍ ଗାଲାରେ ଯୋଗ ଦେଇପାରିବ।' ଏହି ସମୟରେ, ସୋନୁଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି, 'ପ୍ରଥମ ଫଟୋରେ ସେ ତାଙ୍କ ପୁଅ ପରି ଦେଖାଯାଉଛି'। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, 'ଆମର ନାଗରାଜ'।