ସମ୍ବଲପୁର : ଖୋଲିବ ହୀରାକୁଦ ଜଳଭଣ୍ଡାର। ଜୁନ ୧ରୁ ହୀରାକୁଦ ଡ୍ୟାମର ଗେଟ ଖୋଲିବା ନେଇ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ତେଣୁ ଏ ନେଇ ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି। ଉପରମୁଣ୍ଡରେ ବର୍ଷା ଲାଗି ଲଗାତର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି।
ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି।ଏନେଇ ବନ୍ୟା ଜଳ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମର ନମ୍ବର ମଧ୍ୟ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି। ନିଜ ସ୍ତରରେ ଜିଲ୍ଲାପାଳ ମାନେ ସତର୍କ କରାଇବା ପାଇଁ ଚିଠିରେ ଦିଆଯାଇଛି। ଏପରିକି ଯଦି କେହି ଏହି ନିୟମକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଜାରି ହୋଇଛି।