ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବଣନ ଆୟୋଗ (ଓଏସଏସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଶ୍ରୀ ଅଭୟ । କାର୍ଯ୍ୟକାଳ ସରିବା ପୂର୍ବରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ରାଜ୍ୟ ସରକାର ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ତେବେ ଓଏସଏସସିର ସଦସ୍ୟ ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁଧାକର ବୁର୍ଗୀ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ତୁଲାଇବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବତନ ଆଇପିଏସ୍ ଅଭୟଙ୍କୁ ୨୦୨୨, ଏପ୍ରିଲ ୧୪ ତାରିଖରେ ଓଏସଏସସିର ଅଧ୍ୟକ୍ଷଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ତାଙ୍କର କାର୍ଯ୍ୟକାଳ ୫ ବର୍ଷ ଯାଏଁ ଥିଲା । ମାତ୍ର ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର କାରଣ ଜଣାପଡ଼ିନାହିଁ ।