ନୂଆଦିଲ୍ଲୀ : ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତି ଚଳାଉଥିବା ଆମେରିକାର ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ଏହି ଖବର ଭାରତ ଭଳି ତୈଳ ଆମଦାନିକାରୀ ରାଷ୍ଟ୍ର ପାଇଁ ଚିନ୍ତାର ବିଷୟ । ଇରାନ ଉପରେ ଆକ୍ରମଣ ଦ୍ଵାରା ମଧ୍ୟପ୍ରାଚ୍ୟର ତୈଳ ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା କରାୟାଉଛି । ଆଜି ଅଶୋଧିତ ତୈଳ ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଇରାନର ପରମାଣୁ ଘାଟି ଉପରେ ଇସ୍ରାଏଲ୍ର ଆକ୍ରମଣ ଆଶଙ୍କା ଯୋଗୁ ତୈଳ ଦରରେ ଏହି ବୃଦ୍ଧି ଘଟିଛି।
ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ବେଣ୍ଟ କୁଡ୍ ୧.୦୬% ବଢ଼ି ୬୬.୦୭ ଡଲାରରେ ପହଞ୍ଚିଛି। ସେହିଭଳି ବ୍ୟାରେଲ୍ ପିଛା ଡବ୍ଲ୍ୟୁଟିଆଇ ୧.୦୬% ବୃଦ୍ଧି ପାଇ ୬୬.୦୭ ଡଲାରରେ ପହଞ୍ଚିଛି । ଯଦି ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଚାଲେ ତେବେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ । କାରଣ ଭାରତ ଏହାର ତୈଳ ଆବଶ୍ୟକତାର ୮୫% ଆମଦାନି ମାଧ୍ୟମରେ ପୂରଣ । ତେବେ ଯଦି ଏଭଳି ପରିସ୍ଥିତି ଦେଖା ଦିଏ ତେବେ ଭାରତ ବଜାରରେ ଏହାର ପ୍ରଭାବ ପଡିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।