ବ୍ରହ୍ମପୁର : ୧୨ ଜଣ କୁଖ୍ୟାତ ଅପରାଧୀ ଗିରଫ। ସେମାନଙ୍କ ଠାରୁ ୬ଟି ପିସ୍ତଲ, ୧୨ ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ ବ୍ରହ୍ମପୁର ପୋଲିସ। ସଦର ଥାନା, ନିମଖଣ୍ଡି ଦିଗପହଣ୍ଡି ଥାନା ଅଞ୍ଚଳରୁ ଏହି କୁଖ୍ୟାତ ଅପରାଧୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ବଡ଼ବଜାର ସ୍ଥିତ ସଦର ଥାନା ନିମଖଣ୍ଡି ଦିଗପହଣ୍ଡି ଥାନା ଅଞ୍ଚଳରୁ ୧୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଅଭିଯୁକ୍ତଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ତେଣୁ ବହୁ ଦିନରୁ ପୋଲିସ ଅଧିକାରୀମାନେ ଏହି କୁଖ୍ୟାତ ଅପରାଧୀମାନଙ୍କୁ ଖୋଜୁଥିଲେ। ଆଉ ଶେଷରେ ଦିଗପହଣ୍ଡି ଥାନା ଅଞ୍ଚଳରୁ ଗିରଫ କରିଛି ପୋଲିସ। ଏହାସହିତ ସମସ୍ତ ଘଟଣାକୁ ନେଇ ଅଧିକ ପଚରାଉଚରା ମଧ୍ୟ ଜାରି ଅଛି।