ପଟ୍ଟାମୁଣ୍ଡାଇ : ସାନମାଣତିଆ ଗାଁ ବ୍ରାହ୍ମଣୀ ନଦୀପଠାରେ ଜଣେ ନାବାଳକର ମୃତଦେହ ଉଦ୍ଧାର। ମୃତ ନାବାଳକ ସାନମାଣତିଆ ଗାଁର ପ୍ରେମ ପ୍ରସାଦ ମଲିକ ବୋଲି ଜଣାପଡିଛି। ନାବାଳକଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେଣୁ ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ପ୍ରେମ ପ୍ରସାଦ ନିଖୋଜ ଥିଲେ। ପରିବାର ଲୋକେ ଏବଂ ଗ୍ରାମବାସୀ ଖୁବ୍ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ। ହେଲେ ଗୁରୁବାର ସକାଳୁ ବ୍ରାହ୍ମଣୀ ନଦୀ ପଠାରୁ ସ୍ଥାନୀୟ ଲୋକେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ।
ତେବେ ମୃତଦେହ ମିଳିବା ପରେ ମୃତ ନାବାଳକଙ୍କ ପରିବାର ଲୋକେ ପୋଲିସରେ କହିଛନ୍ତି ଯେ ତାଙ୍କ ପୁଅକୁ କେହି ଫୋନ୍ କରି ଟଙ୍କା ମାଗୁଥିଲେ। ଏହି ଟଙ୍କା ମାଗିବା ପଛରେ ମୃତ୍ୟୁ ରହସ୍ୟ ଥାଇପାରେ ବୋଲି ଅଭିଯୋଗ ହୋଇଛି।ତେଣୁ ପରିବାର ଲୋକଙ୍କର ଏହି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।