ଯାଜପୁର : ଇସ୍ପାତ କାରଖାନାରେ କୋଇଲା ତଳେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁl କଳିଙ୍ଗନଗର ଶିଳ୍ପାଞ୍ଚଳର ମଇଥାନ ଇସ୍ପାତ କାରଖାନାରେ କୋଇଲା ଅନଲୋଡିଂ ସମୟରେ ଘଟିଛି ଏହି ଦୁର୍ଘଟଣା। ମୃତ ଡ୍ରାଇଭର ହେଲେ କାମାକ୍ଷା ଥାନ ଅନ୍ତର୍ଗତ ସାରବେଣିର ଗ୍ରାମର ସୋରେନ ମହାନ୍ତ। ଖବରପାଇ ଘଟଣା ସ୍ଥଳରେ ଜଖପୁରା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କଳିଙ୍ଗନଗର ଶିଳ୍ପାଞ୍ଚଳର ମଇଥାନ ଇସ୍ପାତ କାରଖାନାରେ କୋଇଲା ଅନଲୋଡ଼ିଂ କରିବା ବେଳେ ଡ଼୍ରାଇଭର କୋଇଲା ତଳେ ଚାପି ହୋଇଯାଇଥିଲେ। ଯାହାଫଳରେ ଡ୍ରାଇଭର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ଡ୍ରାଇଭରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲେ ମେଡିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ମୃତ ଡ୍ରାଇଭରର ସାରବେଣିର ଗ୍ରାମର ସୋରେନ ମହାନ୍ତ ବୋଲି ଜଣାପଡିଛି। ତେବେ ଏହି ଘଟଣା ବାବଦରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।