ନୀଳଗିରି: ୫ ଜଣ ଶିକାରୀଙ୍କ ସହ ବନ୍ଧୁକ ଜବତ କଲା ବନବିଭାଗ । ଶନିବାର ରାତିରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ଚେମଚଟା ବିଟ୍ ଅଞ୍ଚଳରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫ ଜଣ ଶିକାରୀକୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ,ମାରଣାସ୍ତ୍ର ଓ କୁଟୁରା ସିଙ୍ଗ ମଧ୍ୟ ବନବିଭାଗ ଜବତ କରିଛି ।
ଗିରଫ ଶିକାରୀ ୪ଜଣ ଔପଦା ଥାନା ଅଞ୍ଚଳର ଓ ଜଣେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର । ସିସିଟିଭି ଫୁଟେଜ୍ ଆଧାରରେ ବନବିଭାଗ ଶିକାରୀଙ୍କୁ ଧରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଶିକାର ଉପରେ ଲାଗିବ ରୋକ । ବହୁ ଶୀଘ୍ର କୂଳଡ଼ିହାକୁ ଶିକାରୀ ମୁକ୍ତ କରିବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରି ହୋଇଛି ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଫରେଷ୍ଟ ରେଞ୍ଜର ଡ୍ୟୁଟିରେ ଥିବା ଜଣେ ଫରେଷ୍ଟରଙ୍କୁ ରାଜମୋହନପୁର ଗାଁ ନିକଟରେ ଶିକାରୀ ଗୁଳିକରି ହତ୍ୟା କରିଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଥିଲା । ଏହି ଘଟଣା ପରେ ବନବିଭାଗ ଜଙ୍ଗଲରେ ଚଢ଼ାଉ କରୁଛି ।