ସମ୍ବଲପୁର: ଅପରେସନ ସିନ୍ଦୁରରେ ଭିସୁଟ ଛାତ୍ରର ଆଇଜି ଡ୍ରୋନ ସେନାକୁ ବଡ ସହଯୋଗ କରିଛି। ବୁର୍ଲା ଭିସୁଟର ପୁରାତନ ଛାତ୍ର ମାନେ ତିଆରି କରିଥିବା ଡ୍ରୋନ୍ ବଳରେ ଭାରତର ଅପରେସନ୍ ସିନ୍ଦୂର ସଫଳ ହୋଇଛି। ଭୁସିଟ୍ ଛାତ୍ରଙ୍କ ଜ୍ଞାନ କୌଶଳରେ ପ୍ରସ୍ତୁତ ଗୋଟେ କି ଦୁଇଟି ନୁହେଁ ବରଂ ୧ ହଜାର ଡ୍ରୋନ୍ ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିଲା ଏବଂ ଭାରତ ଯୁଦ୍ଧରେ ଆଧିପତ୍ୟ ବିସ୍ତାର କରିଥିଲା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ଆଇଆଇଏମ୍ ସମ୍ବଲପୁରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡା ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ(ଆଇସିଏଆଇ)ର ଉପ-ଆଞ୍ଚଳିକ ସମ୍ମିଳନୀ ‘ସକ୍ଷମ ୨୦୨୫’ ଉଦଘାଟନୀ ଅଧିବେଶନରେ ଯୋଗ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି।
ଭିସୁଟର ପୁରାତନ ଛାତ୍ରମାନଙ୍କର ଷ୍ଟାର୍ଟଅପ୍ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଭିସଟର ପୂର୍ବତନ ଛାତ୍ର ବୌଦ୍ଧିସତ୍ୱ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ପ୍ରସ୍ତୁତଆଇଜି ଡ୍ରୋନ୍ ଅପରେସନ୍ ସିନ୍ଦୂରରେ ବହୁଳ ଭାବରେ ବ୍ୟବହୃତ ହୋଇଥିଲା ଓ ଦେଶର ସୁରକ୍ଷାର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିଲା’।