ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ଏବେ ଦୁନିଆର ଚତୁର୍ଥ ସବୁଠୁ ବଡ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଶନିବାର ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି । ସେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ୧୦ମ ବୈଠକ ପରେ କହିଛନ୍ତି ଯେ, ଗ୍ଲୋବାଲ ଓ ଇକୋନୋମିକ ମାହୋଲ ଭାରତରେ ବେଶ ଅନୁକୂଳ ରହିଛି ।
ଆମେ ବର୍ତ୍ତମାନ ଦୁନିଆର ଚତୁର୍ଥ ସବୁଠୁ ବଡ ଅର୍ଥବ୍ୟବସ୍ଥା । ଆଜି ଆମେ ଚାରି ହଜାର ଡଲାର ଟ୍ରିଲିୟନର ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛନ୍ତି । ଅନ୍ତର୍ଜାତୀୟ ମୁଦ୍ରାକୋଷର ତଥ୍ୟକୁ ଆଧାର କରି ସୁବ୍ରମଣ୍ୟମ କହିଛନ୍ତି, ଭାରତୀୟ ଅର୍ଥବ୍ୟବସ୍ଥା ଏବେ ଜାପାନଠୁ ବଡ । ଭାରତ ଏହି ସଫଳତା ହାସଲ କରି ଇତିହାସ ରଚିଛି । ଏବେ କେବଳ ଆମେରିକା, ଚୀନ ଓ ଜର୍ମାନୀର ଅର୍ଥବ୍ୟବସ୍ଥା ଭାରତଠୁ ଉପରେ ରହିଛି । ମୋତେ ଆଶା ଯେ, ଆମେ ଶୀଘ୍ର ତୃତୀୟ ସ୍ଥାନରେ ପହଞ୍ଚିବା ।
ନୀତି ଆୟୋଗର ସିଇଓ କହିଛନ୍ତି, ଆମେ ନିଜର ଯୋଜନାରେ କାଏମ ଅଛୁ ଏବଂ ସବୁ କିଛି ଠିକ୍ ରହିଲେ ଆଗାମୀ ଅଢେଇ ତିନି ବର୍ଷରେ ଜର୍ମାନୀକୁ ପଛରେ ପକାଇ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥାରେ ପରଣିତ ହେବୁ । ଭାରତ ଏମିତି ସମୟରେ ଏହି ସଫଳତା ହାସଲ କରିଛି, ଯେଉଁ ସମୟରର ୟୁଏସ ଟାରିଫ କାରଣରୁ ପୂରା ଦୁନିଆରେ ଚହଳ ପଡିଛି । ତଥାପି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅଭିବୃଦ୍ଧିକୁ ରୋକି ପାରିବେ ନାହିଁ ।
ଆମେରିକା ରାଷ୍ଟ୍ରପତିଙ୍କ ଆପଲ୍ ଆଇଫୋନ ଉପରେ ଟାରିଫ ଲଗାଇବା ସଂପର୍କିତ ଏକ ପ୍ରଶ୍ନ ଉପରେ ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି, ଆମେ ଆଶା କରୁଛୁ ଆମେରିକାରେ ବିକ୍ରି ହେଉଥିବା ଆପଲ୍ ଆଇଫୋନ ନା ଆମେରିକାରେ ନିର୍ମାଣ ହେବ ନା ଭାରତରେ ନା ଅନ୍ୟ କୌଣସି ଜାଗାରେ । ଆଗକୁ ଟାରିଫ କଣ ରହିବ, ତାହା ଏବେଠୁ କହିବା ମୁସ୍କିଲ । କିନ୍ତୁ ଆମେ ନିର୍ମାଣ ପାଇଁ ଶସ୍ତାରେ ଜାଗା ନିଶ୍ଚିତ ଦେବୁ ।