ଭାରତୀୟ ଶେୟାର ବଜାରରେ ଗତ ସପ୍ତାହରେ ଦେଖାଦେଇଥିବା ଭୀଷଣ ହ୍ରାସ ଦେଶର ଦିଗ୍ଗଜ କମ୍ପାନୀଗୁଡ଼ିକୁ ବଡ଼ ଝଟକା ଦେଇଛି। ସେନସେକ୍ସ ଓ ନିଫ୍ଟିରେ ହୋଇଥିବା ହ୍ରାସ ଯୋଗୁଁ ଦେଶର ଶୀର୍ଷ-୧୦ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ୭ଟିର ବଜାର ପୁଞ୍ଜିକରଣରେ ମିଳିତ ଭାବେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି। ଏହି ହ୍ରାସରେ ଆଇଟି କମ୍ପାନୀ TCS ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ଗତ ସପ୍ତାହରେ ବିଏସଇ ସେନସେକ୍ସ ୧,୮୨୯.୩୩ ପଏଣ୍ଟ (୨.୩୩%) ଏବଂ ଏନଏସଇ ନିଫ୍ଟି ୪୫୫.୬ ପଏଣ୍ଟ (୧.୮୭%) ଖସିଥିଲା। ରେଲିଗେୟାର ବ୍ରୋକିଂର ବିଶେଷଜ୍ଞଙ୍କ ମତରେ, ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା, ଅଶୋଧିତ ତୈଳର ଅଧିକ ମୂଲ୍ୟ ଏବଂ ଆଇଟି କମ୍ପାନୀଗୁଡ଼ିକର ଦୁର୍ବଳ ଫଳାଫଳ ବଜାର ଉପରେ ଚାପ ସୃଷ୍ଟି କରିଛି।
କ୍ଷତିଗ୍ରସ୍ତ ହୋଇଥିବା ପ୍ରମୁଖ କମ୍ପାନୀଗୁଡ଼ିକ:
• TCS: ମାର୍କେଟ କ୍ୟାପ୍ ୬୬,୬୯୯.୪୪ କୋଟି ଟଙ୍କା ହ୍ରାସ ପାଇ ୮,୬୭,୩୬୪.୧୨ କୋଟି ଟଙ୍କାରେ ପହଞ୍ଚିଛି।
• ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: ମୂଲ୍ୟାୟନରେ ୫୦,୬୭୦.୩୪ କୋଟି ଟଙ୍କାର ହ୍ରାସ ହୋଇଛି। ବର୍ତ୍ତମାନ ଏହାର ମାର୍କେଟ କ୍ୟାପ୍ ୧୭,୯୬,୬୪୭.୫୦ କୋଟି ଟଙ୍କା ରହିଛି।
• HDFC ବ୍ୟାଙ୍କ: ମାର୍କେଟ କ୍ୟାପ୍ ୨୩,୦୯୦.୦୫ କୋଟି ଟଙ୍କା କମି ୧୨,୦୮,୨୨୫.୪୮ କୋଟି ଟଙ୍କା ହୋଇଛି।
• LIC: ୧୯,୬୭୦.୭୫ କୋଟି ଟଙ୍କା କ୍ଷତି ସହି ମାର୍କେଟ କ୍ୟାପ୍ ୫,୧୩,୦୨୦.୫୬ କୋଟି ଟଙ୍କାରେ ରହିଛି।
• ଭାରତୀ ଏୟାରଟେଲ: ମାର୍କେଟ କ୍ୟାପ୍ ୧୯,୪୦୬.୫୯ କୋଟି ଟଙ୍କା କମି ୧୧,୦୫,୭୧୮.୬୨ କୋଟି ଟଙ୍କା ହୋଇଛି।
• ICICI ବ୍ୟାଙ୍କ: ୧୪,୬୬୩.୨୭ କୋଟି ଟଙ୍କା କମି ୯,୫୦,୩୪୫.୪୦ କୋଟି ଟଙ୍କା ରହିଛି।
• L&T: ୧୧,୧୪୨.୬૨ କୋଟି ଟଙ୍କା କ୍ଷତି ସହି ମାର୍କେଟ କ୍ୟାପ୍ ୫,୫୨,୧୭୧.୮୮ କୋଟି ଟଙ୍କା ହୋଇଛି।
ଲାଭବାନ ହୋଇଥିବା ୩ କମ୍ପାନୀ (ଯେଉଁମାନେ ମାନ ରକ୍ଷା କଲେ):
• ହିନ୍ଦୁସ୍ତାନ ୟୁନିଲିଭର (HUL): ବଜାର ପୁଞ୍ଜିକରଣ ୨୦,୬୫୨.୯୧ କୋଟି ବଢ଼ି ୫,୪୭,୨୧୯.୮୦ କୋଟି ଟଙ୍କା ହୋଇଛି।
• ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI): ମାର୍କେଟ କ୍ୟାପ୍ ୧୯,୫૨୨.୭୬ କୋଟି ବଢ଼ି ୧୦,୧୬,୭୫୨.୫୩ କୋଟି ଟଙ୍କା ହୋଇଛି।
• ବଜାଜ ଫାଇନାନ୍ସ: ମୂଲ୍ୟାୟନରେ ୮,୨୫୩.୬୪ କୋଟି ଟଙ୍କାର ବୃଦ୍ଧି ହୋଇଛି, ଯାହା ୫,୭୩,୬୯୦.୮୧ କୋଟି ଟଙ୍କାରେ ପହଞ୍ଚିଛି।
ବର୍ତ୍ତମାନର ସ୍ଥିତି (କେଉଁ କମ୍ପାନୀ କେଉଁଠି?):
ବଜାର ପୁଞ୍ଜିକରଣ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବେ ବି ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇ ରହିଛି। ଏହା ପଛକୁ HDFC ବ୍ୟାଙ୍କ, ଭାରତୀ ଏୟାରଟେଲ, SBI, ICICI ବ୍ୟାଙ୍କ, TCS, ବଜାଜ ଫାଇନାନ୍ସ, L&T, ହିନ୍ଦୁସ୍ତାନ ୟୁନିଲିଭର ଏବଂ LIC ର ସ୍ଥାନ ରହିଛି।