ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲାଗି ପ୍ରଚାରିତ ହେଉଥିବା ଗୁଜବ ସତ ହୋଇଛି । ମେଟା କମ୍ପାନୀ (ପୂର୍ବର ଫେସବୁକ) ବିଶ୍ୱ ସ୍ତରରେ ତାର ୧୦ ପ୍ରତିଶତ ଅର୍ଥାତ ୮୦୦୦ କର୍ମଚାରୀଙ୍କ ଛଟେଇ କରିବାକୁ ଘୋଷଣା କରିଛି ।
ବ୍ଲମବର୍ଗର ରିପୋର୍ଟ ଅନୁସାରେ ମେଟାର ସିପିଓ ଜେନେଲା ଗାଲେଙ୍କ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ପଠାଇ ଦିଆଯାଇ ସରିଛି । କମ୍ପାନୀରେ ଅନ୍ତରୀଣ କାର୍ୟ୍ୟ ଜାରି ରହିଛି । ମେ ୨୦ରେ କମ୍ପାନୀରେ ପରିବର୍ତ୍ତନ ଦେଖାଯିବ । କମ୍ପାନୀ ତାର ବିଶ୍ୱସ୍ତରରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଖାଲି ସେତିକି ଖାଲି ଥିବା ୬ ହଜାର ପଦବୀ ମଧ୍ୟ ପୂରଣ କରାଯିବ ନାହିଁ ବୋଲି ମେଟା ସ୍ପଷ୍ଟ କରିଛି ।
ମେଟା ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ବଡ଼ ଧରଣର ଅଭିଯାନ ଜାରି ରଖିଛି । ଆଗାମୀ ଦିନରେ କମ୍ପାନୀ ତାର ସମସ୍ତ କାମକୁ ସ୍ୱଚାଳିତ କରିବ । ଅର୍ଥାତ୍ କର୍ମଚାରୀଙ୍କ ସ୍ଥାନରେ ଏଆଇ କାମ କରିବ ।