ବାଣିଜ୍ୟିକ ଯାନ ପାଇଁ ଅଧିକାଂଶ ପରିବହନ ବ୍ୟବସାୟୀ ପେଟ୍ରୋଲ ଓ ଡିଜେଲ ଯାନକୁ ବ୍ୟବହାର କରୁଛନ୍ତି । ପରିବେଶ ପ୍ରଦୂଷଣ ସହ ପେଟ୍ରୋଲ ଓ ଡିଜେଲ ଦର ତୁଳନାରେ ଇଭି(ବୈଦ୍ୟୁତିକ ଯାନ) ସେମାନଙ୍କ ପାଇଁ ଲାଭଦାୟକ ହୋଇପାରେ । କିନ୍ତୁ ଅନେକ ସମୟରେ ବୈଦ୍ୟୁତିକ ଯାନକୁ ଚାର୍ଜ କରିବାରେ ସମସ୍ୟା ଉପୁଜିଥାଏ । ତେଣୁ ଏହି ସମସ୍ୟା ଦୂର କରିବା ସହ ପରିବହନ ବ୍ୟବସାୟୀଙ୍କୁ ବିଶ୍ୱାସ ଯୋଗାଇବା ଲଖ୍ୟରେ ଶନିବାର ଭବନେଶ୍ୱର ନଖରା ସ୍ତିତ ତୃପ୍ତି ଅଟୋମୋଟିଭ୍ସରେ ନୂତନ ଟାଟା ଇଣ୍ଟ୍ରା ସହ ଶୁଭାରମ୍ଭ ହୋଇଛି "କୋଷ୍ଟ ଟୁ ହିଲ" ଡ୍ରାଇଭ ।
ଏହି ଡ୍ରାଇଭ ଜରିଆରେ ଟାଟା ଇଣ୍ଟ୍ରା ବାଲେଶ୍ୱରରୁ ମାଲକାନଗିରି ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ଯୋଜନା କରାଯାଇଛି । ବିଭିନ୍ନ ପ୍ରକାର ରାସ୍ତା ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଯାତ୍ରାକୁ ଯୋଜନା କରାଯାଇଛି । ଏହି ରାସ୍ତାରେ ୧୫ ଟି ଚାର୍ଜିଂ ଷ୍ଟେସନ ଥିବାରୁ ଗାଡିକୁ ଚାର୍ଜ କରିବାରେ ମଧ୍ୟ କୌଣସି ସମସ୍ୟା ଦେଖାଦେବ ନାହିଁ । ଏହା ସହ ଥରେ ଚାର୍ଜ କଲେ ଏହି ଗାଡି ୧୫୦ କିମି ପର୍ଯ୍ୟନ୍ତ ଯାଇପାରିବ ଓ ୧୦ ରୁ ୮୦ ପ୍ରତିଶତ ଚାର୍ଜ ହେବା ପାଇଁ ମାତ୍ର ୫୫ ମିନିଟ ସମୟ ନେବ । ଏହା ବ୍ୟତୀତ ଏହି ଗାଡିରେ ଅନେକ ଫିଚର ମଧ୍ୟ ରହିଛି ।
ଏହି ସମୟରେ ତୃପ୍ତି ଅଟୋମୋଟିଭ୍ସର ଏମଡି କହିଛନ୍ତି "ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ଇଭି ଗାଡିକୁ ଚୟନ କରିବା ପାଇଁ ଚିନ୍ତା କରୁଥିବା ଗାଡି ଚାଳକଙ୍କ ପାଇଁ ଏହା ସଠିକ ବିକଳ୍ପ ହେବ । ଟାଟା ଇଣ୍ଟ୍ରା ଏହାର ନିର୍ଭରଯୋଗ୍ୟତା ଏବଂ କାର୍ଯ୍ୟଦକ୍ଷତା ପାଇଁ ବିଭିନ୍ନ ସେଗମେଣ୍ଟ ରେ ଗ୍ରାହକଙ୍କ ବିଶ୍ୱାସ ଅର୍ଜନ କରିସାରିଛି । ‘କୋଷ୍ଟ ଟୁ ହିଲ୍’ ଡ୍ରାଇଭ୍ ଚ୍ୟାଲେଞ୍ଜ ମାଧ୍ୟମରେ ଆମେ ଏହା ପ୍ରମାଣ କରିବାକୁ ଚାହୁଁଛୁ ଯେ ଇଭି ଯାନ ପ୍ରତ୍ୟେକ ପରିସ୍ଥିତିରେ ଦୂର ସ୍ଥାନକୁ ଯାତ୍ରା କରିପାରିବ । ଇଭି କିଣିବା ପାଇଁ ଚିନ୍ତା କରୁଥିବା ବ୍ୟକ୍ତି ଙ୍କ ମନରେ ଗାଡିର ରେଞ୍ଜ, ସ୍ଥାୟୀତ୍ୱ ଓ ଚାର୍ଜିଂ ଭିତିଭୂମି ସମ୍ପର୍କରେ ଦୀର୍ଘଦିନ ଧରି ଥିବା ଭୁଲ ଧାରଣାକୁ ଦୂର କରିବ। ସ୍ୱଳ୍ପ ଖର୍ଚ୍ଚ ରେ ଚାଲୁଥିବାରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଗାଡି ଚାଳକଙ୍କୁ ଭବିଷ୍ୟତରେ ଇଭି ବ୍ୟବହାର କରିବା ପାଇଁ ପ୍ରୋତ୍ସହିତ କରିବ।''