ସମ୍ବଲପୁର: ସମ୍ବଲପୁରର ବୁର୍ଲା ଥାନା ଲଡ଼ୁଖାଇ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଢ଼ାବାରୁ ଖାଇ ଘରକୁ ଫେରିବା ବେଳେ ଡ଼ିଭାଇଡର୍ରେ କାର୍ଟି ଓଲଟି ପଡ଼ିବା ସହ ପଛରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ କାର୍ ରେ ଥିବା ୪ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବିକ, ଗତକାଲି (ଶନିବାର)ରେ ୪ଜଣ ଏକ କାରରେ ସମ୍ବଲପୁରରୁ ଗୋଡଭଗା ଅଭିମୁଖେ ଯାଉଥିଲେ । ବାଟରେ ଢାବାରୁ ଖାଦ୍ୟ ଖାଇ ଫେରିବା ବେଳେ ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଡିଭାଇଡରରେ ପିଟି ହୋଇଥିଲା । ଏହା ପରେ ପଛରୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ସେହିପରି ଅନ୍ୟ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।