ଭଦ୍ରକ: ସକାଳୁ ସକାଳୁ ବାବା ମଣିଙ୍କ ଦର୍ଶନ ପାଇଁ ଆସିଥିବା ୪ଜଣ ଭକ୍ତ ପାଣିରେ ବୁଡିଗଲେ। ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ଭଦ୍ରକ ଅଞ୍ଚଳରୁ ୪ ଜଣ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସିଥିଲେ। ଆରଡ଼ିରେ ପହଂଚିବା ପରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରଣୀରେ ଗାଧୋଇଥିଲେ । ତେବେ ଗାଧେଇବା ସମୟରେ ଗୋଡ଼ ଖସିଯିବାରୁ ୪ ଜଣ ପାଣିରେ ବୁଡ଼ି ଯାଇଥିଲେ ।
ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ୪ ଜଣଙ୍କୁ ଖୋଜାଖୋଜି କରିବା ପରେ ସମସ୍ତେଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସମସ୍ତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଦେବ୍ରବତ ମିଶ୍ର । ପୁଲିସ ଘଟଣାର ତଦନ୍ତ କରୁଛି ।