ଆଜିକାଲି ବଢ଼ିବାରେ ଲାଗିଚି ଅପରାଧ। ମୁଖ୍ୟତଃ କମ ବୟସର ପୁଅ ଏବଂ ଝିଅମାନେ ଏହି ଅପରାଧର ଶିକାର ହେଉଛନ୍ତି। ତେବେ ଦେଖିବାକୁ ଗଲେ ଦେଶରେ ପକ୍ସୋ ମାମଲା ସଂଖ୍ୟା ବଢି ଚାଲିଛି। ନାବାଳିକାଙ୍କୁ ପ୍ରେମ କରି ବି ଫସି ଯାଉଛନ୍ତି ଅନେକ ପୁରୁଷ। ବୟସର ସାମାନ୍ୟ ତାରତମ୍ୟ ବି ଅନେକ ପୁଅଙ୍କ ଜୀବନକୁ ବନ୍ଦୀ କରି ଦେଉଛି। ତେଣୁ ଏଥର କିଶୋର କିଶୋରୀଙ୍କୁ ଅପରାଧରୁ ମୁକ୍ତି ପାଇଁ ଦିଆଯିବ ତାଲିମ।
ତେବେ ଏହି ତାମିଲ ଦିଆଯିବା ନେଇ କଥା କେଉଁ କାରଣରୁ ଉଠିଛି ଜାଣନ୍ତୁ। ପଶ୍ଚିମବଙ୍ଗର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲେ ସେତେବେଳେ ତାଙ୍କୁ ପ୍ରେମ କରୁଥିବା ଯୁବକକୁ ପୁଲିସ ଗିରଫ କରିଥିଲା। ଆଉ ସେବେଠାରୁ ଯୁବତୀଙ୍କ ପୁରୁଷବନ୍ଧୁ ଜେଲ୍ରେ। ଏଭଳି ମାମଲାରେ ସମ୍ବେଦନଶୀଳ ହେବା ଦରକାର ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିବା ସହ ଦେଶରେ ଯୌନଶିକ୍ଷା ଆବଶ୍ୟକ ବୋଲି କହିଛନ୍ତି। କିଶୋରାବସ୍ଥାରେ ପ୍ରେମ ଓ ଯୌନ ସମ୍ପର୍କ କିପରି ପକ୍ସୋ ମାମଲା ବଢ଼ାଉଛି, ତାହାର ଏଭଳି ଅନେକ ଉଦାହରଣ ରହିଛି। ଯାହାକୁ ନେଇ ଅଭିଭାବକ ମହଲରେ ବି ଚିନ୍ତା ବଢ଼ିଛି। କିଶୋର କିଶୋରୀଙ୍କୁ ଯୌନ ଶିକ୍ଷା ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।