ଭୁବନେଶ୍ୱର : ପ୍ରତିବର୍ଷ ଜୁନ ୩୦ ତାରିଖକୁ 'ସାମାଜିକ ଗଣମାଧ୍ୟମ ଦିବସ’ ଭାବେ ପାଳନ କରାଯାଉଛି। ଆଜିକାଲି କେବଳ ଯୁବପିଢ଼ି ନୁହେଁ, ବୟସ୍କ ଲୋକେ ବି ଗଣମାଧ୍ୟମର ମାୟାଜାଲରେ ଛନ୍ଦିହୋଇଗଲେଣି। ପ୍ରତିଦିନ ଲକ୍ଷାଧିକ ଲୋକ ଫେସବୁକ୍, ହ୍ବାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଆଦିର ବ୍ୟବହାର କରୁଥିବା ବେଳେ ସେମାନଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ୧୯୯୭ ମସିହାରେ ପ୍ରଥମ ସାମାଜିକ ଗଣମାଧ୍ୟ ସାଇଟ୍ ‘ସିକ୍ସ ଡିଗ୍ରୀଜ୍’ ଆରମ୍ଭ ହେଲା। ଏଥିରେ ବ୍ୟବହାରକାରୀ ତାଙ୍କ ପରିଚୟ ଦେବା ସହ ଫଟୋ ଅପଲୋଡ କରି ବନ୍ଧୁମାନଙ୍କ ସହ ଯୋଗାଯୋଗ କରିପାରୁଥିଲେ। ଏହାପରେ ୨୦୦୪ରେ ଫେସବୁକ୍ ଆରମ୍ଭ ହେଲା। ଖୁବ୍ କମ୍ ସମୟରେ ଏହାର ଲୋକପ୍ରିୟତା ବିଶ୍ବସ୍ତରରେ ପହଞ୍ଚିଲା। ଏହାପରେ ପରେ ସାମାଜିକ ଗଣମାଧ୍ୟମର ସଂଖ୍ୟା ବଢ଼ିବାକୁ ଲାଗିଲା। ପ୍ରତି ମିନିଟ୍ରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ ୟୁ-ଟ୍ୟୁବ୍ ଭିଡିଓ ଅପଲୋଡ ହେଉଛି। ଯାହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।