ଭୁବନେଶ୍ୱର : ରଙ୍ଗୀନ ଟେଲିଭିଜନ ନାମକ ପ୍ରଯୁକ୍ତିର ଏକ ଆଶ୍ଚର୍ଯ୍ୟଜନକ ଆଗମନକୁ ପାଳନ କରିବାର ଆଜିର ଏକ ଦିନ। ଯେତେବେଳେ ଟେଲିଭିଜନ ପ୍ରଥମେ ପ୍ରଚଳିତ ହୋଇଥିଲା ସେତେବେଳେ କଳା ଏବଂ ଧଳା ପ୍ରତିଛବି ବ୍ୟତୀତ ଆଉ କିଛି ନଥିଲା। ୧୮୯୭ ମସିହାରେ ପ୍ରଥମେ ଟିଭିର ପରୀକ୍ଷଣ ଆରମ୍ଭ ହୋଇଥିଲା କିନ୍ତୁ ସେହି ସମୟରେ ଇଲେକ୍ଟ୍ରୋନିକ୍ସ ପ୍ରକ୍ରିୟାକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ଉନ୍ନତ ନଥିଲା। କିନ୍ତୁ ଏହାକୁ ନୂତନ ରୂପେ କରିବା ପାଇଁ ବ୍ୟବସ୍ଥା ଚାଲଥିଲା। ତେଣୁ ୧୯୩୮ ମସିହାରେ ପ୍ରଥମ ରଙ୍ଗୀନ ପ୍ରସାରଣ ପରୀକ୍ଷଣ କରାଯାଇଥିଲା ସେହିଦିନଠାରୁ କଳା ଏବଂ ଧଳା ପ୍ରତିଛବି ପରିବର୍ତେ ସମସ୍ତେ ରଙ୍ଗୀନ ଟିଭି ଦେଖିବାକୁ ପାଇଥିଲେ ଏପରିକି ଘରେ ଘରେ ମଧ୍ୟ ଏହା ବହୁତ ଲୋକପ୍ରିୟତା ପାଇଥିଲା।