ଭୁବନେଶ୍ୱର; ଶ୍ରୀମାଙ୍କ ଜନ୍ମ ଦିବସ ଅବସରରେ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ତରଫରୁ ଜାତୀୟ ସ୍ତରୀୟ ବାଗ୍ମୀତା ପ୍ରତିଯୋଗିତା “ୟୁଗା୍ମ” ଅନୁଷ୍ଠିତ। ଓଡ଼ିଶାର ଅଗ୍ରଣୀ 'ନାକ' ମାନ୍ୟତାପ୍ରାପ୍ତ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଟାନ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଶ୍ରୀମାଙ୍କ ଜନ୍ମ ଦିବସ ଅବସରରେ ଦୁଇଦିନ ଏହି ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୫୦ରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରୁ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗନେଇଥିଲେ।
ଏହି ଅବସରରେ ଶ୍ରୀ ପଂଚମୂଖୀ ଏଜୁକେଶନାଲ ଏବଂ ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ରୋଟାରିୟାନ୍ ବିଜୟ କୁମାର ପାତ୍ରଙ୍କ ଦ୍ୱାରା ଅନୁଷ୍ଠାନର ତ୍ରୟମାସିକ ପତ୍ରିକା 'ଅରୋମା'ର ଉନ୍ମୋଚନ କରାଯାଇଥିଲା। ଏହାସହିତ ଲିଖିତ ପୁସ୍ତକ ଫଣ୍ଡାମେଣ୍ଟାଲସ ଅଫ ବ୍ୟାଙ୍କିଙ୍ଗ ଏବଂ ଇନ୍ସୁରାନ୍ସର ୨ୟ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ଏହି ପ୍ରତିଯୋଗିତାରେ କରିମ ସିଟି କଲେଜ, ଜାମସେଦପୁର ର ଆୟୁଷ୍ମାନ କୁମାର ଶର୍ମା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆରସିଏମ୍ର ଏଲ ଡ଼ିମ୍ପଲ ସାଇ ରେଡ଼ି ଦ୍ୱିତୀୟ ଏବଂ ଏସସିବି ମେଡ଼ିକାଲ କଲେଜର ପ୍ରାଚି ପ୍ରତ୍ୟାଶା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ଟ୍ରଫି ମାନପତ୍ର ସହ ନଗଦ ଅର୍ଥରାଶି ଯଥାକ୍ରମେ ୨୫୦୦୦/-, ୧୫୦୦୦/- ୧୦୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା।