ବର୍ତ୍ତମାନ ରାଜ୍ୟରେ ଅନୁଭବ ହେଲାଣି ଅସହ୍ୟ ତାତି। ଅତ୍ୟଧିକ ଗରମ ଯୋଗୁଁ ଅନେକ ସମୟରେ ପେଟ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ। ସେଥିପାଇଁ ଲୋକମାନେ ଖରାଦିନେ ପେଟ ଥଣ୍ଡା ରଖିବା ପାଇଁ ପଖାଳଠାରୁ ଆରମ୍ଭକରି ପଇଡ଼ ଯାଏଁ ଅନେକ ଥଣ୍ଡା ଜାତୀୟ ଖାଦ୍ୟ ଖାଇଥାଆନ୍ତି। କିନ୍ତୁ ପେଟ ଥଣ୍ଡା ରଖିବା ପାଇଁ ସବୁଠାରୁ ଉପଯୋଗୀ ଜିନିଷ ହେଉଛି ତାଳସଜ। ତାଳସଜରୁ ଫାଇବର, ଭିଟାମିନ୍ ଏ, ଭିଟାମିନ୍ କେ ପରି ଭିଟାମିନ ପ୍ରଚୁର ପରିମାଣର ମିଳିଥାଏ। ଯାହା ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବା ସହ ପେଟକୁ ମଧ୍ୟ ଥଣ୍ଡା ରଖିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢାଏ :
ଆଜିକାଲି ଅନେକ ଲୋକ ରୋଗ ପ୍ରତିରୋଧକ ଶକ୍ତି ଅଭାବ କାରଣରୁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ସେମାନେ ଅନେକ ସମୟରେ ଔଷଧ ଖାଉଥିବାର ଆମେ ଦେଖିଛୁ। କିନ୍ତୁ ଏହି ମେଡ଼ିସିନ ଅପେକ୍ଷା ତାଳସଜ ଖାଇଲେ ତାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। କାରଣ ଏଥିରେ ଆବଶ୍ୟକତା ଠାରୁ ଅଧିକ 'ଭିଟାମିନ୍ ସି' ଥାଏ ଯାହା ଚେହେରାକୁ ଉଜ୍ବଳ କରିବ ସହିତ ଶରୀରକୁ ଶକ୍ତି ଯୋଗାଏ।
ଶରୀରରେ ମେଟାବୋଲିଜିମ ବଢାଏ :
ବର୍ତ୍ତମାନ ସମୟ ପାଇଁ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି ଓଜନ ବଢିବା। ଏଥିପାଇଁ ଲୋକମାନେ ନାନା ରକମର ପୃଷ୍ଠିଯୁକ୍ତ ଖାଦ୍ୟ ଖାଇଥାନ୍ତି। ଯାହାଦ୍ୱାରା ଶରୀରରେ ମେଟାବୋଲିଜିମ୍ ଶୀଘ୍ର ବଢିବ। ଆଉ ସେହି ଖାଦ୍ୟଟି ହେଉଛି ତାଳସଜ। ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ ହେବ ନାହିଁ ଏବଂ ସହଜରେ ଆପଣଙ୍କ ଓଜନ ହ୍ରାସ ହୋଇଯାଇପାରିବ ।
ଶରୀରକୁ ହାଇଡ୍ରେଟ୍ ରଖେ :
ଧୀରେ ଧୀରେ ବଢୁଥିବା ତାପମାତ୍ରା ହେତୁ ଲୋକଙ୍କ ଶରୀର ପ୍ରଭାବିତ ହୋଇଥାଏ। ଯେଉଁଥିପାଇଁ ଶରୀରରେ ଜଳର ଅଭାବ ଦେଖା ଦେଇଥାଏ। ଏପରି ପରିସ୍ଥିତିରେ ତାଳସଜ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଅଧିକ ହାଇଡ୍ରେଟ୍ କରି ରଖିଥାଏ। ଏବଂ ଶରୀରକୁ ଆବଶ୍ୟକ ମୁତାବକ ଅଧିକ ଶକ୍ତି ମଧ୍ୟ ଯୋଗାଇଥାଏ।