ଭୁନେଶ୍ବର : କ୍ରୀଡ଼ା ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରି ବିଶ୍ୱସ୍ତରୀୟ ପ୍ରଭାବ ସୃଷ୍ଟି କରିଛି। କ୍ରୀଡ଼ାକୁ ସମସ୍ତଙ୍କ ନିକଟରେ ପହଂଚାଇବାରେ କ୍ରୀଡା ସାମ୍ବାଦିକର ଗୁରୁତ୍ୱପୂର୍ଣ ଭୂମିକା ରହିଥାଏ। ତେବେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁଲାଇ ୨ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ବିଶ୍ୱର ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ଦିବସ ଉତ୍ସର୍ଗ କରାଯାଇଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନ ନିଜର ୭୦ତମ ବାର୍ଷିକୀ ଅବସରରେ ଏହି ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେବା ପରେ ୧୯୯୪ ମସିହାରେ ପ୍ରଥମ ଥର ପାଳିତ ହୋଇଥିଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ଏବେ ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ହୋଇଛି।