ଡୋନାଲ୍ଡ ଡକ୍ ପ୍ରଥମ ଥର ପାଇଁ ୧୯୩୪ ମସିହା ଜୁନ୍ ୯ ତାରିଖରେ ଦି ୱାଇଜ୍ ଲିଟିଲ୍ ହେନ୍ ଚଳଚ୍ଚିତ୍ରରେ ନଜର ଆସିଥିଲା। ସାଧାରଣତଃ ଏକ ନାବିକ ସୁଟ୍ ସହିତ ଏକ ଟୋପି ଏବଂ ଲାଲ ବୋ ଟାଇ ପିନ୍ଧିଥିବା ଡୋନାଲ୍ଡ ଡକ୍ ତାର ଅର୍ଦ୍ଧ-ବୁଦ୍ଧିମାନ ଭାଷଣ ଏବଂ ଦୁଷ୍ଟ ଓ ଚିଡ଼ଚିଡ଼ା ବ୍ୟକ୍ତିତ୍ୱ ପାଇଁ ପ୍ରସିଦ୍ଧ ହୋଇଥିଲା।
ତେବେ ଡୋନାଲ୍ଡ ଡକ ର କାହାଣୀରେ ସେ ଅନେକ ଦୁର୍ଭାଗ୍ୟକୁ ସାମ୍ନା କରି ନିଜର ପଥ ପରିବର୍ତ୍ତନ କରେ। ତଥାପି ତାର ଭାଗ୍ୟରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ତେବେ ଡୋନାଲ୍ଡ ଡକ ର ଚରିତ୍ର ଛୋଟ ପିଲାଙ୍କୁ ଖୁବ ପସନ୍ଦ ଆସୁଥିଲା। ଏଥିପାଇଁ ପ୍ରତ୍ୟକକଙ୍କ ଘରେ ଡୋନାଲ ଡାକ ର ଆଲୋଚନା ହେଉଥିଲା। ତେଣୁ ଡୋନାଲ୍ଡ ଡକ ମହତ୍ଵକୁ ପ୍ରତିପାଦିତ କରିବ ପାଇଁ ପ୍ରତିବର୍ଷ ଜୁନ ୯ ତାରିଖକୁ ଡୋନାଲ୍ଡ ଡକ ଡେ ଭାବେ ପାଳନ କରାଯାଏ