ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ ଭାବେ ପାଳନ କରାଯାଏ । ଏହି ରୋଗ ଅତ୍ୟନ୍ତ ଭୟାନକ ହୋଇଥାଏ । ସେଥିପାଇଁ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଉଦ୍ଦେଶ୍ୟ । ଏହି ରୋଗ ଅତିଶୀଘ୍ର ଶରୀରକୁ ଆକ୍ରାନ୍ତ କରିଥାଏ । ଏହି ରୋଗକୁ ରୋକିବା ପାଇଁ ରୋଗର ଲକ୍ଷଣ ଏବଂ ରୋଗର ବିସ୍ତାରକୁ କିପରି ରୋକାଯାଇପାରିବ ଏବଂ ଲୋକମାନେ କିପରି ନିଜକୁ ରକ୍ଷା କରିପାରିବେ ସେ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ ଏହି ଦିବସର ଲକ୍ଷ୍ୟ ।
ଜର୍ମାନ ବ୍ରେନ୍ ଟ୍ୟୁମର ଆସୋସିଏସନ୍ ପ୍ରଥମ ଥର ପାଇଁ ଜର୍ମାନୀରେ ଏହି ଦିବସର ଆୟୋଜନ କରିଥିଲେ । ମସ୍ତିଷ୍କ ଟ୍ୟୁମର ଏକ ଗୁରୁତର ରୋଗ । ଏହି ରୋଗ ମସ୍ତିଷ୍କରେ କୋଷ ଏବଂ ଟିସୁ ଅସ୍ବାଭିକ ବୃଦ୍ଧି ହୋଇଥାଏ, ଯାହାକୁ ମସ୍ତିଷ୍କ ଟ୍ୟୁମର କୁହାଯାଏ । ତେବେ ସଠିକ୍ ଚିକିତ୍ସା କରାନଗଲେ ସାଂଘାତିକ ହୋଇପାରେ । ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକଳାପ ଏବଂ ସମାବେଶ ସହିତ ମସ୍ତିଷ୍କ ଟ୍ୟୁମର ଦିବସ ପାଳନ କରାଯାଏ ।
ମସ୍ତିଷ୍କ ଶରୀର ଏକ ସମ୍ବେଦକ ଅଙ୍ଗ । ମସ୍ତିଷ୍କରେ ୧୫୦୦-୩୩୦୦ କୋଟି ନ୍ୟୁରନ ବା ସ୍ନାୟୁ କୋଷିକା ରହିଛି । ଏହି କୋଷିକାଗୁଡ଼ିକ ସିନାପ୍ସ ମାଧ୍ୟମରେ ଅନ୍ୟ ସ୍ନାୟୁ କୋଷିକାମାନଙ୍କ ସହ ସଂଯୁକ୍ତ । ଯଦି ମସ୍ତିଷ୍କ ଉପରେ କିଛି କୁପ୍ରଭାବ ପଡିଥାଏ ତେବେ ଶରୀର ଅଙ୍ଗ ଚଳପ୍ରଚଳ ହେବା କଷ୍ଟ ହୋଇପଡ଼ିଥାଏ ।